କନକ ବ୍ୟୁରୋ: ଯାଜପୁରରେ ୫-ଟି ସଚିବକୁ ଜୋରଦାର ବିରୋଧ । କେବଳ ରାଜନୈତିକ ଦଳ ବିଜେପି କି କଂଗ୍ରେସ ନୁହେଁ ସାମାଜିକ ସଂଗଠନ ପକ୍ଷରୁ ମଧ୍ୟ ସଚିବଙ୍କୁ ବିରୋଧ କରାଯାଇଛି । ବିଜେପି କର୍ମୀ କଳାପୋଷାକ ପିନ୍ଧି ଓ କଂଗ୍ରେସ କର୍ମୀ କଳା ବେଲୁନ ଉଡାଇବା ସହ ସହ ଗୋ ବ୍ୟାକର ସ୍ଲୋଗାନ ଦେଇ ବିରୋଧ ପ୍ରଦର୍ଶନ କରିଛନ୍ତି । ସେପଟେ ସାମ୍ବିଧାନିକ ବ୍ୟବସ୍ଥାରେ ମନ୍ତ୍ରୀ ବଡ ନା ସଚିବ ବଡ, ଏହାକୁ ନେଇ ରାଜନୈତିକ ବିବାଦ ଲାଗି ରହିଛି । ଆଉ ଆଜି ଏହି ପ୍ରସଙ୍ଗରେ ମୁହଁ ଖୋଲି ବରିଷ୍ଠ ନେତା ବିଜୟ ମହାପାତ୍ର କହିଛନ୍ତି, ସାମ୍ବିଧାନିକ ବ୍ୟବସ୍ଥାରେ ମନ୍ତ୍ରୀ ବଡ ।

Advertisment
  • ୫-ଟି ସଚିବଙ୍କୁ ଜୋରଦାର ବିରୋଧ
  • ଗୋ-ବ୍ୟାକ୍ ନାରାରେ କମ୍ପିଲା ଯାଜପୁର

୫-ଟି ସଚିବ ତୃତୀୟ ଦିନରେ ଯାଜପୁର ଗସ୍ତରେ ଯାଇଥିବାବେଳେ ବିଜେପି, କଂଗ୍ରେସ ସମେତ ସ୍ଥାନୀୟ ସାମାଜିକ ସଂଗଠନ ପକ୍ଷରୁ ସଚିବଙ୍କ ଗସ୍ତକୁ ବିରୋଧ କରାଯାଇଛି । କଂଗ୍ରେସ କର୍ମୀମାନେ କଳା ବେଲୁନ ଉଡାଇବା ସହ ସହ ଗୋ ବ୍ୟାକର ସ୍ଲୋଗାନ ଦେଇ ବିରୋଧ ପ୍ରଦର୍ଶନ କରିଛନ୍ତି । ସେହିପରି ବିଜେପି କର୍ମୀ କଳାପୋଷାକ ପିନ୍ଧି ଶୋଭାଯାତ୍ରା କରିବା ସହ ସଚିବଙ୍କ ଗସ୍ତକୁ ବିରୋଧ କରିଛନ୍ତି । ଅନ୍ୟପଟେ କୋରେଇ ସଂଗ୍ରାମ ସମିତି ଓ ମିଳିତ ସଂଗଠନ ପକ୍ଷରୁ ପାଣ୍ଡିଆନଙ୍କ ଗସ୍ତକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

  • ମୁହଁ ଖୋଲିଲେ ବିଜୟ
  • ‘ସାମ୍ବିଧାନିକ ବ୍ୟବସ୍ଥାରେ ମନ୍ତ୍ରୀ ବଡ’

ସାମ୍ବିଧାନିକ ବ୍ୟବସ୍ଥାରେ ମନ୍ତ୍ରୀ ବଡ ନା ସଚିବ ବଡ? ଗତ କିଛି ଦିନ ହେଲା ଏହାକୁ ନେଇ ରାଜନୈତିକ ବିବାଦ ଲାଗି ରହିଛି । ଆଉ ଆଜି ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର । ନିଜ ନିର୍ବାଚନମଣ୍ଡଳୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ସଚିବଙ୍କ ନାଁ ନେଇନଥିଲେ ବି କହିଛନ୍ତି, ସାମ୍ବିଧାନିକ ବ୍ୟବସ୍ଥାରେ ମନ୍ତ୍ରୀ ବଡ । ଏଥିସହ ରାଜ୍ୟରେ ଆଗୁଆ ନିର୍ବାଚନ ହୋଇପାରିବନି ବୋଲି ମତ ରଖିଛନ୍ତି ।

ବିରୋଧ ଭିତରେ କିନ୍ତୁ କୋରେଇରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ୫-ଟି ସଚିବ ଭି.କେ.ପାଣ୍ଡିଆନ । ଲୋକଙ୍କ ଅଭିଯୋଗ ଶୁଣିବା ସହ ଦାବିପତ୍ର ଗ୍ରହଣ କରିଛନ୍ତି । ପାନୀୟ ଜଳ ସମସ୍ୟା ସମେତ, ମନ୍ଦିର ମସଜିଦ୍, ଚର୍ଚ୍ଚ, କମ୍ୟୁନିଟି ସେଣ୍ଟର ପାଇଁ ଆସିଥିବା ଅଭିଯୋଗର ବିଚାର କରାଯାଇ, ୮ତାରିଖ ଭିତରେ ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଏଥିସହ ବିଭିନ୍ନ ପ୍ରକଳ୍ପ ପାଇଁ ଆର୍ଥିକ ଅନୁଦାନ ଘୋଷଣା କରିଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ଦେଇଥିବା ଅନୁଦାନର ସଠିକ୍ ବିନିଯୋଗ କରିବାକୁ ୫-ଟି ସଚିବ ଆହ୍ୱାନ ଦେଇଛନ୍ତିି ।