କନକ ବ୍ୟୁରୋ: ଫାଇଭ-ଟି ସଚିବଙ୍କୁ ବିରୋଧ । ନୟାଗଡ଼ ରଣପୁରରେ ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନଙ୍କୁ ବିରୋଧ କରିଛି ବିଜେପି । ଫାଇଭ-ଟି ସଚିବଙ୍କ ଗସ୍ତଙ୍କୁ ବିରୋଧ କରି ବିଜେପି କର୍ମୀମାନେ ନାରାବାଜି କରିଛନ୍ତି । ‘ପ୍ରଶାସନିକ କାର୍ଯ୍ୟରେ ରହି ରାଜନୈତିକ କାର୍ଯ୍ୟ କରୁଥିବା’ ଲେଖାଥିବା ବ୍ୟାନର ଧରି ପ୍ରତିବାଦ କରିଛନ୍ତି ବିଜେପି କର୍ମୀ । ସଚିବଙ୍କୁ କଳା ପତକା ଦେଖାଇବା ସହ ‘ଗୋ ବ୍ୟାକ’ ନାରା ଦେଉଥିବା ଦେଖିବାକୁ ମିଳିଛି । ଯେଉଁଥିପାଇଁ ପୁଲିସ ସହ ବିଜେପି କର୍ମୀଙ୍କ ଧସ୍ତାଧସ୍ତି ହୋଇଛି । ବିଭିନ୍ନ ଜିଲ୍ଲାକୁ ଫାଇଭ-ଟି ସଚିବଙ୍କ ଗସ୍ତ ସମୟରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ମଧ୍ୟ ବିଜେପି ପୂର୍ବରୁ ପ୍ରଶ୍ନ ଉଠାଇଛି । ସରକାରୀ କର୍ମଚାରୀ ହୋଇ ରାଜନୈତିକ କାର୍ଯ୍ୟ କରୁଥିବା ଅଭିଯୋଗ କରିଆସୁଛି ବିଜେପି ।