କନକ ବ୍ୟୁରୋ: ନିଆଁ ଲାଗି ପୋଡି ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି । ସଟସର୍କିଟ ଯୋଗୁ ନିଆଁ ଲାଗି ୧୧ ବଖରା ଘର ପୋଡିଯାଇଛି । ହେଲେ ଏହାରି ଭିିତରେ ଆଉ ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି । ନରସିଂହପୁର ବାଲିସାହି କଅଁରପୁର ଗାଁର ନଳିନୀ ନାୟକ । ଝିଅ ବାହାଘର କରିବାକୁ ସାଇତି ରଖିଥିଲେ ସୁନା ଗହଣା ସାଙ୍ଗକୁ ବହୁ ଆସବାବପତ୍ର । ହେଲେ ଝିଅ ବାହାଘର ସ୍ୱପ୍ନ ତାଙ୍କର ଉଜୁଡି ଯାଇଛି । ବାହାଘର ପାଇଁ ସଞ୍ଚୟ କରିଥିବା ସବୁ କିଛି ଜଳି ପାଉଁଶ ହୋଇଯାଇଛି । ଆଉ ଏହି ସବୁ ଦୃଶ୍ୟ ଦେଖି ଚେତାଶୂନ୍ୟ ହୋଇପଡିଛନ୍ତି ନଳିନୀ । ଏହି ଅଗ୍ନିକାଣ୍ଡରେ ବହୁ ପରିବାର ସର୍ବସ୍ୱାନ୍ତ ହୋଇପଡିଥିବା ବେଳ ପ୍ରଶାସନ ପକ୍ଷରୁ ସମସ୍ତଙ୍କୁ ସାହାଯ୍ୟ ସହଯୋଗ କରାଯିବ ବୋଲି ମିଳିଛି ପ୍ରତିଶ୍ରୁତି ।