ନିଶା କାରବାରକୁ ନେଇ ଗ୍ୟାଙ୍ଗୱାର ପେରେ କମିଶନରେଟ ପୋଲିସର ସତର୍କତା । ତଡ଼ିପାର ହେବେ ପେଶାଦାର ଅପରାଧୀ

129

କନକ ବ୍ୟୁରୋ: ଅଭ୍ୟାସଗତ ପେଷାଦାର ଅପରାଧୀଙ୍କ ବିରୋଧରେ ତଡ଼ିପାର ପାଇଁ ସିପିଙ୍କୁ ସୁପାରିଶ କରାଯିବ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି । ଏହି ଅପରାଧୀମାନେ ଭବିଷ୍ୟତରେ ଅପରାଧ ଘଟାଇବାର ଆଶଙ୍କା ରହୁଛି । ତେଣୁ ସେମାନଙ୍କୁ ତଡ଼ିପାର କରିବା ପାଇଁ ଯୋଜନା କରୁଛି କମିଶନରେଟ ପୋଲିସ୍ ।

ଭୁବନେଶ୍ୱର ମାଷ୍ଟର କ୍ୟାଂଟିନରେ ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ ଘଟଣାରେ ପ୍ରତିକ୍ରିୟା ରଖି ଡିସିପି କହିଛନ୍ତି ଯେ, ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ରାଜା ସମେତ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ୧୦ରୁ ଅଧିକ ଫେରାର ଅଛନ୍ତି । ଫେରାର ଥିବା ଅଭିଯୁକ୍ତମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ଡିସିପି ।

ସେପଟେ ନିଶା କାରବାରକୁ ନେଇ ଭୁବନେଶ୍ୱର ମାଷ୍ଟରକ୍ୟାଂଟିନ ଛକରେ ଗ୍ୟାଙ୍ଗୱାର ପରେ ପୋଲିସର ପଦକ୍ଷେପ ଆରମ୍ଭ । ଛକରୁ ଉଠିବ ସମସ୍ତ ଉଠା ଦୋକାନ । ନିଶା କାରବାରକୁ ନେଇ ଗ୍ୟାଙ୍ଗୱାର ପରେ ଆରମ୍ଭ ହୋଇଛି ସଫେଇ ଅଭିଯାନ । ରାଜଧାନୀ ଭୁବନେଶ୍ୱରର ସବୁଠାରୁ ଜନଗହଳିପୂର୍ଣ୍ଣ ଅଂଚଳକୁ ଅବରୋଧ ମୁକ୍ତ କରିବାକୁ ଚାହୁଁଛି ପୋଲିସ । ସେହି କ୍ରମରେପ୍ରଥମେ ଏଠାରେ ଥିବା ଉଠାଦୋକାନୀଙ୍କୁ ଖାଲି କରାଯିବ ।

ଗତକାଲି ହଠାତ୍ ମାଷ୍ଟରକ୍ୟାଂଟିନ ଛକରେ ଯୁବକଙ୍କୁ ରାସ୍ତା ଉପରେ ଗୋଡାଇ ଗୋଡାଇ ହାଣୁଥିଲେ ଦୁର୍ବୃତ । କେହି କିଛି ଜାଣିବା ପୂର୍ବରୁ ଖଣ୍ଡାରେ ମାରିଚାଲିଥେିଲେ ଚୋଟ ପରେ ଚୋଟ । ମାଷ୍ଟରକ୍ୟାଂଟିନ ଭଳି ଜନଗହଳିପୂର୍ଣ୍ଣ ଅଂଚଳରେ ପ୍ରାୟ ୧୫ ମିନିଟ କାଳ ଏଭଳି ଆତଙ୍କରାଜ ଚାଲିଥିଲା । ମାଷ୍ଟରକ୍ୟାଂଟିନ ଗ୍ୟାଙ୍ଗୱରରେ ୩ ଜଣ ଆହତ ହୋଇଛନ୍ତି । ସବୁ ଅଭିଯୁକ୍ତକୁ ଚିହ୍ନଟ କରାଯାଇଛି । ସିସିଟିଭିକୁ ତନ୍ନ ତନ୍ନ ଯାଂଚ କରାଯାଉଛି । ନିଶା କାରବାରକୁ ନେଇ ଯୁକ୍ତିତର୍କ ପରେ ହଠାତ ଦୁଇଗୋଷ୍ଠୀ ମୁହାଁମୁହିଁ ହୋଇଥିବା ସନ୍ଦେହ କରୁଛି ପୁଲିସ ।