ଅଡୁଆରେ କିଙ୍ଗଖାନ । ଚାଷ ଜମିରେ ବେଆଇନ କୋଠା ନିର୍ମାଣ ନେଇ ଅଲିବାଗ ଫାର୍ମହାଉସ ସିଲ କଲା ଆୟକର ବିଭାଗ ।

49

ଅଡୁଆରେ କିଙ୍ଗ ଖାନ । ଚାଷ ଜମିରେ ବେଆଇନ କୋଠା ନିର୍ମାଣ କରିଥିବା ନେଇ ଶାହରୁଖଙ୍କ ଫାର୍ମ ହାଉସକୁ ସିଲ କରିଛି ଆୟକର ବିଭାଗ । ଅଲିବାଗରେ ଥିବା ତାଙ୍କ ଫାର୍ମହାଉସକୁ ସିଲ୍ କରିବା ସହ ୯୦ଦିନ ମଧ୍ୟରେ ଜବାବ ରଖିବାକୁ ଶାହରୁଖଙ୍କୁ ନୋଟିସ ଜାରି କରାଯାଇଛି । ଆୟକର ବିଭାଗ ଶାହରୁଖ ଖାନଙ୍କୁ ଆଟ।।ଚମେଂଟ ନୋଟିସ ଜାରି କରିଛି । ବେନାମୀ ପ୍ରପର୍ଟି ଟ୍ରାଂଜକେସନ ଆକ୍ଟ ଉଲ୍ଲଙ୍ଘନ କରିଥିବା ନେଇ ଏହି ନୋଟିସ ଜାରି କରାଯାଇଛି ।

ଆଗାମୀ ୯୦ ଦିନ ଭିତରେ ନୋଟିସର ଜବାବ ଦେବାକୁ ଶାହରୁଖ ଖାନଙ୍କୁ ସମୟ ଦିଆଯାଇଛି । ଏହି ସମୟ ମଧ୍ୟରେ ନୋଟିସର ଜବାବ ନଦେଲେ ଆୟକର ବିଭାଗ ଆଗାମୀ ପଦକ୍ଷେପ ନେବ । ଏହା ପୂର୍ବରୁ ଫାର୍ମ ହାଉସ ର୍ନିମାଣକୁ ବେଆଇନ କହି ଜବରଦଖଲ ମଧ୍ୟ ହଟାଯାଇଥିଲା ।

କିନ୍ତୁ ପରେ ଶାହରୁଖ ସ୍ଥାନୀୟ ପୁଲିସ ପ୍ରଶାସନଠାରୁ ରହିତାଦେଶ ନିର୍ଦ୍ଦେଶ ଆଣିବା ପରେ ଜବରଦଖଲ ହଟାଇବା କାମ ଅଧାରେ ବନ୍ଦ କରାଯାଇଥିଲା । ଏହି ଫାର୍ମ ହାଉସର ବଜାର ଦର ଓ ଦଲିଲରେ ଦର୍ଶାଯାଇଥିବା ଦର ମଧ୍ୟରେ ବି ଅନେକ ଫରକ ରହିଛି । ୧୯ହଜାର ୯୬୦ ବର୍ଗଫୁଟ ଜମିରେ ଥିବା ଏହି ଫାର୍ମ ହାଉସରେ ଏକ ସ୍ୱିମିଂ ପୁଲ, ବିଚ ଓ ପ୍ରାଇଭେଟ ହେଲିପ୍ୟାଡ ରହିଛି ।