ସୁରର ମଲ୍ଲିକା ତଥା ଅଲରାଉଣ୍ଡର ଆଶା ଭୋସଁଲେ । ଯିଏକି ନିଜ ଯାଦୁଗରୀ କଣ୍ଠ ଓ ସୁରର ସରଗମରେ ସମସ୍ତଙ୍କୁ ବାନ୍ଧି ରଖିପାରନ୍ତି, ୧୯୪୩ରୁ ନିଜ କର୍ମମୟ ଜୀବନ ଆରମ୍ଭ କରିଥିବା ଆଶା ପାଖାପାଖି ୨୦ଟି ଭାରତୀୟ ଓ ବିଦେଶୀ ଭାଷାରେ ଗୀତ ଗାଇଛନ୍ତି । ଗିନିସ ବୁକ ଅଫ ୱାଲ୍ଡ ରେକର୍ଡ ଅନୁସାରେ ବିଶ୍ୱ ସଂଗୀତ ଇତିହାସରେ ଆଶା ସବୁଠୁ ଅଧିକ ଗୀତ ଗାଇଥିବା ଗାୟିକା । ବର୍ତମାନ ସୁଦ୍ଧା ୧୨ ହଜାରରୁ ଅଧିକ ଗୀତ ସେ ଗାଇଛନ୍ତି । ଦାଦା ସାହେବ ଫାଲକେ, ପଦ୍ମ ବିଭୂଷଣ, ଆଲଫା ଆୱାର୍ଡ, ଜାତୀୟ ଚଳଚିତ୍ର ପୁରସ୍କାର ଓ ଲାଇଫ ଟାଇମ ଆଚିଭମେଂଟ ପରି ଅନେକ ଆୱାର୍ଡରେ ସମ୍ମାନିିତ ହୋଇଛନ୍ତି ଆଶା । /kanak/media/post_attachments/wp-content/uploads/2016/09/asha-bhosle-indian-idolbig-300x214.jpg)
ନିକଟରେ ବଲିଉଡ ଇଣ୍ଡଷ୍ଟ୍ରିରେ ବାୟୋପିକର ସିଜିନ ଚାଲିଥିବା ବେଳେ ଆଗାମି ଦିନରେ ଆଉ ଏକ ବାୟୋପିକ ଫିଲ୍ମ ନିର୍ମାଣ ହେବାକୁ ଯାଉଛି । ସିଙ୍ଗର ଆଶା ଭୋସଁଲେଙ୍କ ଉପରେ ଏହି ଫିଲ୍ମ ନିର୍ମାଣ ହେବାକୁ ଯାଉଛି । ତେବେ ଆଶାଙ୍କ ରୋଲ ପାଇଁ ପ୍ରିୟଙ୍କା ଚୋପ୍ରା ପର୍ଫେକ୍ଟ ବୋଲି ଆଶା କହିଛନ୍ତି । ପ୍ରିୟଙ୍କା ଜଣେ ସିଙ୍ଗର ଓ ସେ ଜଣେ ସିଙ୍ଗରର ଫିଲିଙ୍ଗସ କୁ ଠିକରେ ବୁଝି ପାରିବେ ବୋଲି ଆଶା କହିଛନ୍ତି । /kanak/media/post_attachments/wp-content/uploads/2016/09/2565b618-7652-11e6-9bc1-888b3aba2d1d-300x170.jpg)
ଆଗରୁ ବହୁତ ବାୟୋପିକରେ ନିଜ ଅଭିନୟର ଯାଦୁ ଦେଖାଇଥିବା ପ୍ରିୟଙ୍କା ଏବେ ସୁରର ମଲ୍ଲିକା ଆଶାଙ୍କ ବାୟୋପିକରେ କେମିତି ଅଭିନୟ କରୁଛନ୍ତି ତାହା ଉପରେ ରହିବ ଦର୍ଶକଙ୍କ ନଜର ।
Follow Us