ମା’ ହେଲେ ପ୍ରିୟଙ୍କା । ‘ସରୋଗେସି’ ଜରିଆରେ ପାଇଲେ ସନ୍ତାନ ସୁଖ ।

2,477

କନକ ବ୍ୟୁରୋ: କେବଳ ବଲିଉଡରେ ନୁହେଁ ହଲିଉଡରେ ମଧ୍ୟ ନିଜର ଦବଦବା ଜାହିର କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ବେଶ ଖୁସି । କାରଣ ବିବାହର ୩ ବର୍ଷ ପରେ ମା’ ହେବାର ସୁଖ ପାଇଛନ୍ତି ପ୍ରିୟଙ୍କା ଓ ନିକ୍ ଜୋନ୍ସ । ସରୋଗେସି ମାତୃତ୍ୱ ଜରିଆରେ ସେ ମା’ ହୋଇଛନ୍ତି । ତେବେ ସେ ନିଜର ସନ୍ତାନର ଫଟୋ ଏବେ ସୋସିଆଲ ମିଡିଆରେ ସେୟାର କରିବାକୁ ଚାହାଁନ୍ତି ନାହିଁ ବରଂ ସୋସିଆଲ ମିଡିଆରୁ ନିଜ ପରିବାରର ପ୍ରାଇଭେସି ଦୂରେଇ ରଖିବାକୁ ଚାହାଁନ୍ତି ବୋଲି ଏକ ଟ୍ୱିଟ କରି କହିଛନ୍ତି ପ୍ରିୟଙ୍କା ।

୨୦୧୮ରେ ଆମେରିକୀୟ କଣ୍ଠଶିଳ୍ପୀ ନିକ୍ ଜୋନ୍ସଙ୍କ ସହ ବିବାହ କରିଥିଲେ ପ୍ରିୟଙ୍କା । ତେବେ କିଛି ଦିନ ତଳେ ଏକ ସାକ୍ଷାତକାରରେ ପ୍ରିୟଙ୍କା କହିଥିଲେ ତାଙ୍କ ପରିବାର ବେଶ ସୁରୁଖୁରୁରେ ଚାଲିଛି । ଏବେ ନିକ୍ ଓ ସେ ଏକ ସନ୍ତାନ ପାଇଁ ଆଗ୍ରହୀ ଅଛନ୍ତି । ଏହାର ସପ୍ତାହକ ପରେ ମା’ ହୋଇଥିବା ଖୁସି ଖବରକୁ ସେୟାର କରିଛନନ୍ତିି ପ୍ରିିୟଙ୍କା ।