ବଲିଉଡ଼ର ଦେଶୀ ଗର୍ଲଙ୍କୁ ନିର୍ବାଚନ ଆୟୋଗର ଝଟକା! ମତଦାତା ସୂଚୀରୁ କଟିଲା ପ୍ରିୟଙ୍କାଙ୍କ ନାଁ

ବଲିଉଡ଼ର ଦେଶୀ ଗର୍ଲଙ୍କୁ ନିର୍ବାଚନ ଆୟୋଗର ଝଟକା! ମତଦାତା ସୂଚୀରୁ କଟିଲା ପ୍ରିୟଙ୍କାଙ୍କ ନାଁ

image courtesy-https://c.tribune.com.pk

ବଲିଉଡ଼ରୁ ହଲିଉଡ଼୍ ମୁହାଁ ହୋଇଥିବା ଲୋକପ୍ରିୟ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ କିଏ ନଜାଣେ । ବଲିଉଡର ଲୋକପ୍ରିୟ ନାୟିକା ପ୍ରିୟଙ୍କା ଚୋପ୍ରା ସଂପ୍ରତି ନିଉୟର୍କରେ ଅଛନ୍ତି । ସେଠାରେ ନିଜ ପାଇଁ ଏକ ଘର ନେବାକୁ ଯାଉଛନ୍ତି । ଏହାର କାରଣ ହେଲା ଯେ ସେ ଏବେ ବଲିଉଡ ଅପେକ୍ଷା ହଲିଉଡରେ କ୍ୟାରିଅର୍ କରିବାଲାଗି ଅଧିକ ବ୍ୟାକୁଳ। ଇତିମଧ୍ୟରେ ପ୍ରିୟଙ୍କା ହଲିଉଡରେ ନିଜର ଆସ୍ଥାନ ଜମେଇ ସାରିଲେଣି। ହେଲେ ତାଙ୍କ ସଂପର୍କରେ ଏକ ନୂଆ ଖବର ମିଳିଛି । ତାହା ହେଲା ଯେ ନିର୍ବାଚନ କମିଶନର୍ ଭୋଟର୍ ତାଲିକାରୁ ପ୍ରିୟଙ୍କା ଚୋପ୍ରା ଏବଂ ତାଙ୍କ ମାଆ ମଧୁ ଚୋପ୍ରାଙ୍କ ନାଆଁ ବାଦ୍ ଦେଇଛନ୍ତି ।

ସଂପ୍ରତି ଉତ୍ତର ପ୍ରଦେଶରେ ପୌର ନିର୍ବାଚନ ଲାଗି ଭୋଟର ତାଲିକାରେ ସଂଶୋଧନ ପ୍ରକ୍ରିୟା ଚାଲିଛି । ଆଗରୁ ଉତ୍ତର ପ୍ରଦେଶର ବରେଲୀ ସହରର ଭୋଟର ତାଲିକାରେ ଉଭୟଙ୍କ ନାମ ଥିଲା। ମାତ୍ର ସେମାନେ ଗତ ୧୭ ବର୍ଷ ହେବ ମୁମ୍ବାଇରେ ରହୁଥିବା ହେତୁ ଭୋଟର ତାଲିକାରୁ ପ୍ରିୟଙ୍କା ଚୋପ୍ରା ଏବଂ ତାଙ୍କ ମାଆ ମଧୁ ଚୋପ୍ରାଙ୍କ ନାମ କଟିଥିବା ଜଣାଯାଇଛି । ତେବେ କୌଣସି ବ୍ୟକ୍ତିଙ୍କର ଅଭିଯୋଗର ଆଧାରରେ ଏପରି କରାଯାଇଛି । ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁଯାୟୀ ଏଥର ବରେଲୀ ନଗର ନିଗମ ନିର୍ବାଚନରେ ନିଜର ମତ ଦାନ ଅଧିକାର ସାବ୍ୟସ୍ତ କରିପାରିବେ ନାହିଁ ପ୍ରିୟଙ୍କା ଚୋପ୍ରା ଏବଂ ତାଙ୍କ ମାଆ ମଧୁ ଚୋପ୍ରା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe