କନକ ବ୍ୟୁରୋ : ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କ ବୟାନକୁ ନେଇ ବର୍ଷିଛନ୍ତି ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ । ସିଧାସଳଖ ସସ୍ମିତଙ୍କୁ ର୍ଟାର୍ଗେଟ କରିବା ପୃଥ୍ୱୀରାଜ କହିଛନ୍ତି, ଅଳ୍ପ ବିଦ୍ୟା ଭୟଙ୍କରୀ । ଯେଉଁମାନଙ୍କର ସମ୍ବିଧାନ ବିଷୟରେ ଜ୍ଞାନ ନାହିଁ, ଅନଭିଜ୍ଞ ଏବଂ ମୂର୍ଖ । ଆଇନ ବ୍ୟବସ୍ଥା ଉପରେ ଅଜ୍ଞ । ସେଭଳି ଲୋକ ହାକିମଙ୍କ ନିର୍ଦେଶରେ ଗଣମାଧ୍ୟମ ଆଗରେ କହିଲେ, ଭୁଲ ତ୍ରୁଟି ହୁଏ । ରାଜ୍ୟପାଳଙ୍କ କ୍ଷମତା ଉପରେ ଯଦି ଜଣା ନାହିଁ, ଆଇନ ବିଶାରଦଙ୍କ ସହିତ ଚର୍ଚ୍ଚା ଆଲୋଚନା କରି କହିଥିଲେ ଭଲ ହୋଇଥାନ୍ତା ।
ମୋର ରାଜନୈତିକ କ୍ୟାରିଅରକୁ ନେଇ ପୂର୍ବରୁ ପ୍ରଶ୍ନ କରି କହିଥିଲେ, ଏବେ ପୁଣି କହୁଛନ୍ତି କିନ୍ତୁ ମୋର ରାଜନୈତିକ ସ୍ଥିତିକୁ ସେମାନେ ବନ୍ଦ କରି ପାରିବେ ନାହିଁ କି ସରକାରଙ୍କ ଭୁଲ ତ୍ରୁଟିକୁ ସମାଲୋଚନା କରିବାକୁ ମୋ ପାଟିକୁ ବନ୍ଦ କରି ପାରିବେ ନାହିଁ । ବିଜୁ ପଟ୍ଟନାୟକ ମୋତେ ରାଜନୀତିକୁ ଆଣିଥିଲେ, ମୁଁ ରାଜନୀତି କଣ, କେମିତି କରାଯାଏ, ନିଜ ରାଷ୍ଟ୍ର ପାଇଁ କେମିତି କରାଯାଏ ସେ କଥା ଜାଣିଛି । ତୋଷମାଦି କରି ଉପଲବ୍ଧି ପାଇବାର ପ୍ରକ୍ରିୟା ମୋତେ ବିଜୁ ବାବୁ ଶିଖାଇ ନଥିଲେ, ମୋତେ ଉପଦେଶ ଦେବାର ବିଜେଡି ନେତାଙ୍କ ଆବଶ୍ୟକତା ନାହିଁ ବୋଲି କହିଛନ୍ତି ପୃଥ୍ୱୀରାଜ ।
ଭାରତବର୍ଷରେ ଲୋକମାନେ ଅପେକ୍ଷା କରିଥାନ୍ତି, କାର୍ତିକ ମାସରେ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବା ପାଇଁ, ତାଙ୍କର ଦର୍ଶନରେ ଅବ୍ୟବସ୍ଥା ହେଉଛି । ୪ଟି ଦ୍ୱାରରୁ ଗୋଟେ ଦ୍ୱାର ଖୋଲିଛ, ସେ ବାବଦରେ ରାସ୍ତା ଦେଖାଇବା, ସରକାରଙ୍କୁ ଏକ ପରାମର୍ଶ ଦେବା, ଯେ କୌଣସି ନାଗରିକ ଅବା ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ କିମ୍ବା ରାଷ୍ଟ୍ରପତି ହୁଅନ୍ତୁ, ସମସ୍ତଙ୍କର ଅଧିକାର ଅଛି । ତାକୁ ରାଜନୈତିକ ଦୃଷ୍ଟିକୋଣରୁ ନେଇ କଟାକ୍ଷ କରିଛନ୍ତି କେବଳ ହାକିମ ନିର୍ଦେଶକୁ ପାଳନ କରିଛନ୍ତି କିନ୍ତୁ ପ୍ରଭୁ ଜଗନ୍ନାଥଙ୍କ ସହିତ ଓଡିଶା ଲୋକଙ୍କର ଯେଉଁ ଭାବାବେଗ ରହିଛି ସେ ହିଁ କେବଳ କହିପାରିବ ଏହା ଠିକ ହେଉଛି କି ଭୁଲ ହେଉଛି । ଶ୍ରୀ ଜଗନ୍ନାଥଙ୍କ ସଂସ୍କୃତି ବିଷୟରେ ପୁରା ଅଜ୍ଞ, ଜଗନ୍ନାଥଙ୍କ ସଂସ୍କୃତି କଣ ଜାଣନ୍ତି ନାହିଁ, ସେଭଳି ଲୋକ ଆସି ଗଣମାଧ୍ୟମ ଆଗରେ ମୁହଁ ଖୋଲିଲେ, ଜଗନ୍ନାଥଙ୍କୁ ଭଲପାଉଥିବା ଲୋକଙ୍କ ପାଇଁ ଅପମାନ ହେବ ବୋଲି ପୃଥ୍ୱୀରାଜ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/11/22-24.jpg)