କନକ ବ୍ୟୁରୋ : ଭାରତୀୟ କ୍ରିକେଟର ପୃଥ୍ୱୀ ଶ’ ଓ ମଡେଲ ସପନା ଗିଲଙ୍କ ମଧ୍ୟରେ ପାଟିତୁଣ୍ଡ ଘଟଣାକୁ ଏହା ଭିତରେ ବେଶ କିଛି ମାସ ବିତି ଗଲାଣି । ଏପରିକି ଗତ କିଛି ଦିନ ପୂର୍ବେ ପୃଥ୍ୱୀ ଶ’ଙ୍କୁ ଏହି ଘଟଣାରେ ନିର୍ଦ୍ଦୋଷ ବୋଲି କହିଛି ପୋଲିସ । କିନ୍ତୁ ଏହା ଭିତରେ ଏକ ସିସିଟିଭି ଭିଡ଼ିଓ ସାମ୍ନାକୁ ଆସିଛି । ଯେଉଁଥିରେ କେମିତି ବିବାଦ ଆରମ୍ଭ ହୋଇଥିଲା ତାହା ଦେଖିବାକୁ ମିଳିଛି ।
ଏହି ଭିଡ଼ିଓ ଏବେ କୋର୍ଟରେ ଉପସ୍ଥାପନ କରାଯାଇଛି । ଯେଉଁଥିରେ ଦେଖିବାକୁ ମିଳିଛି ଯେ, ସପନା ଗିଲଙ୍କ ବନ୍ଧୁ ଶୋଭିତ ଠାକୁର ସେଲଫି ନେବାକୁ ପୃଥ୍ୱୀଙ୍କ ପାଖକୁ ଯାଇଥିଲେ । ଅନ୍ୟପଟେ ସପନା ନିଜ ଟେବୁଲରେ ବସିଥିଲେ । ତେବେ କୌଣସି କାରଣ ବସତଃ ଶୋଭିତ ଓ ପୃଥ୍ୱୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ଏବଂ ଏହା ପରବର୍ତ୍ତୀ ସମୟରେ ମାରପିଟ୍ ଯାଏଁ କଥା ଯାଇଥିଲା । ତେବେ ପୃଥ୍ୱୀଙ୍କ ଜଣେ ବନ୍ଧୁ ଶୋଭିତଙ୍କୁ ଅଟକାଉଥିବା ବେଳେ ସପନା ଏହି ଘଟଣା ଦେଖିଥିଲେ । ତୁରନ୍ତ ନିଜ ବନ୍ଧୁଙ୍କୁ ବଞ୍ଚାଇବାକୁ ଏଥିରେ ହସ୍ତକ୍ଷେପ କରିଥିଲେ । ତେବେ କ୍ଲବ ଭିତରୁ ଆରମ୍ଭ ହୋଇଥିବା ଏହି ପାଟିତୁଣ୍ଡ କ୍ଲବ ବାହାର ପର୍ଯ୍ୟନ୍ତ ପହଞ୍ଚିଥିଲା । ପରେ ଏନେଇ ଥାନାରେ ଅଭିଯୋଗ ହେବା ପରେ ମୁମ୍ବାଇ ପୋଲିସ ଯାଞ୍ଚ ଆରମ୍ଭ କରିଥିଲା । ଏପରିକି ପୃଥ୍ୱୀଙ୍କ ନାଁରେ ଅସଦାଚାରଣ ଅଭିଯୋଗ ଆଣିଥିଲେ ସପନା ଗିଲ ।
CCTV footage of PrithviShaw and Sapna Gill controversy. #PrithviShaw
— Vipin Tiwari (@vipintiwari952) June 29, 2023
ପୋଲିସ ସିସିଟିଭି ଫୁଟେଜ ଯାଞ୍ଚ କରିବା ପରେ ଉଲ୍ଲେଖ କରିଥିଲା ଯେ, ସପନା ହାତରେ ବେସବଲ ବ୍ୟାଟ୍ ଧରି ପୃଥ୍ୱୀ ଶଙ୍କ କାରକୁ ପିଛା କରିଥିଲେ । ଏପରିକି ସପନା ଓ ତାଙ୍କ ବନ୍ଧୁ ପୃଥ୍ୱୀଙ୍କ କାର କାଚକୁ ମଧ୍ୟ ଭାଙ୍ଗିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/06/sapna-gill-files-complaint-against-prithvi-shaw-for-outraging-modesty-001.jpg)