ପୁରୁଣା ମଦକୁ ନୂଆ ବୋତଲରେ ଢାଳିବା ନବୀନ ସରକାରର ଅଭ୍ୟାସ । ରାଜ୍ୟ ସରକାରଙ୍କୁ ପୃଥ୍ୱୀରାଜଙ୍କ ଟାର୍ଗେଟ ।

ପୁରୁଣା ମଦକୁ ନୂଆ ବୋତଲରେ ଢାଳିବା ନବୀନ ସରକାରର ଅଭ୍ୟାସ । ରାଜ୍ୟ ସରକାରଙ୍କୁ ପୃଥ୍ୱୀରାଜଙ୍କ ଟାର୍ଗେଟ ।

କନକ ବ୍ୟୁରୋ : ମୋ ସରକାର ଅଧିନରେ ଆସିବ ଜନଅଭିଯୋଗର ଶୁଣାଣି । ଆସନ୍ତା ମାସ ଠାରୁ ମୁଖ୍ୟମନ୍ତ୍ରୀଙ୍କ ଅଫିସ ପକ୍ଷରୁ ଲୋକଙ୍କୁ ଫୋନ କରାଯାଇ ସେମାନଙ୍କ ସମସ୍ୟାର କିପରି ସମାଧାନ କରାଯାଉଛି, ସେ ସମ୍ପର୍କରେ ମତାମତ ନିଆଯିବ । ଏନେଇ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ପରେ ତେଜିଛି ରାଜନୀତି । ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି ।

ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ପୁରୁଣା ମଦକୁ ନୂଆ ବୋତଲରେ ଢାଳିବା ନବୀନ ସରକାରର ଅଭ୍ୟାସ। ସମାନ କଥା ପୂର୍ବରୁ ୨୨,୨୦ ଓ ୧୮ ମସିହାରେ ମଧ୍ୟ କହିଥିଲେ। ଯଦି ଲୋକଙ୍କ ଅଭିଯୋଗ ଶୁଣିବାର ଅଭ୍ୟାସ ସରକାରଙ୍କର ଥାନ୍ତା ରାଜ୍ୟବାସୀ ଏତେ ହଇରାଣ ହୋଇ ନଥାନ୍ତେ। ପୂର୍ବରୁ ସବୁ ମୁଖ୍ୟମନ୍ତ୍ରୀ ଲୋକଙ୍କ ଅଭିଯୋଗ ଶୁଣିବା ପାଇଁ ଅଭିଯୋଗ ପ୍ରକୋଷ୍ଠ ଥିଲା। ବିଜୁବାବୁ ଅଭିଯୋଗ ପ୍ରକୋଷ୍ଠ ତିଆରି କରାଇଥିଲେ। ଲୋକଙ୍କ ସମସ୍ୟା ଶୁଣି ଏହାର ସମାଧାନ ପାଇଁ। କିନ୍ତୁ ନବୀନ ପଟ୍ଟନାୟକ ଏକ ମାତ୍ର ମୁଖ୍ୟମନ୍ତ୍ରୀ ଯିଏ ଲୋକଙ୍କ ଅଭିଯୋଗ ଶୁଣିବା ପାଇଁ ପ୍ରସ୍ତୁତ ନୁହଁନ୍ତି ।

୨୦୦୮ ମସିହାରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଅଚଳ ହୋଇ ପଡିଛି। ସେଠାରେ କିଛି ମୁଷ୍ଟିମେୟ ଅଧିକାରୀ ବସିକି ହାଜିରା ଦେଉଛନ୍ତି। କୌଣସି ଜାଗାରେ ସାଧାରଣ ଲୋକଙ୍କ ଅଭିଯୋଗକୁ ବିଡ଼ିଓ ଓ ତହସିଲଦାର ମାନେ ଶୁଣୁ ନାହଁନ୍ତି। ଜନ ବିରୋଧୀ ସରକାର କହିବ ଲୋକଙ୍କ ସମସ୍ୟା ଶୁଣି ସରକାର ଚଲେଇବୁ ତାହା ହାସ୍ୟାସ୍ପଦ କଥା। ଏ ସରକାର ମିଛୁଆ ରାଧୁଆରେ ପରିଣତ ହୋଇ ସାରିଛି । ଲୋକ ଏହାକୁ ଆଉ ବିଶ୍ୱାସ କରିବେନି। ଲୋକ ୨୪ ନିର୍ବାଚନରେ ଏହାର ଉତ୍ତର ଦେବେ। ମୁଖ୍ୟମନ୍ତ୍ରୀ କୁଆଡେ ଗଲେ। କବଳ ଭିଡିଓ କଲରେ ତାଙ୍କ ଦେଖା ମିଳେ ବୋଲି କହି କଟାକ୍ଷ କରିଛନ୍ତି ପୃଥ୍ୱୀରାଜ । ଏହାସହ ଆଗୁଆ ନିର୍ବାଚନ ପାଇଁ ତା ଙ୍କ ଦଳ ପ୍ରସ୍ତୁତ ଥିବା କହିଛନ୍ତି ପୃଥ୍ୱୀରାଜ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe