କନକ ବ୍ୟୁରୋ : ୫-ଟି ସଚିବଙ୍କ ଜିଲ୍ଲା ଗସ୍ତକୁ ନେଇ ବିଜେଡି-ବିଜେପି ମଧ୍ୟରେ ତୁ ତୁ ମେଁ ମେଁ ଥମିବାର ନାଁ ନେଉନାହିଁ । ସରକାରୀ ଅଧିକାରୀଙ୍କୁ ଦାୟିତ୍ୱ ଦେବା ସମ୍ପୂର୍ଣ୍ଣ ସାମ୍ବିଧାନିକ, ମୁଖ୍ୟମନ୍ତ୍ରୀ ସେହି ନିଜ ସଚିବଙ୍କୁ ଦେଇଛନ୍ତି । ୫-ଟି ସଚିବଙ୍କ ଜିଲ୍ଲା ଗସ୍ତରେ କୌଣସି ସମସ୍ୟା ନାହିଁ ବୋଲି ବିଜେଡି କହିବା ପରେ ବିଜେପି ଏହାକୁ କାଉଣ୍ଟର କରିଛି । ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଯେତେବେଳେ ସରକାର ମୁଣ୍ଡ ବିହୀନ ହୋଇଯାଏ, ସେତେବେଳେ ଏହିଭଳି ବିଲକ୍ଷଣ ଦେଖିବାକୁ ମିଳିଥାଏ । ଆଜି ଓଡିଶା ସରକାର ମୁଣ୍ଡ ବିହୀନ ହୋଇଯାଇଛି । ପ୍ରଛଦପଟ୍ଟରେ ରହୁଥିବା ଲୋକମାନେ ଆସି ଶାସନ ଚଲେଇବା ଆରମ୍ଭ କରିଛନ୍ତି । ରାଜନୈତିକ ଦୃଷ୍ଟିକୋଣରୁ ବିଜେଡି ନେତାମାନେ ପ୍ରୋତ୍ସାହନ ଏବଂ ସମର୍ଥନ ଦେଉଛନ୍ତି, ସେମାନଙ୍କ ସ୍ୱାଭିମାନ ତାଙ୍କୁ ପ୍ରଶ୍ନ ପଚାରୁଛି କି ନାହିଁ।

Advertisment

ଏହାସହ ପୃଥ୍ୱୀରାଜ କହିଛନ୍ତି, ଜଣେ ସଚିବ ସେ ମୁଖ୍ୟମନ୍ତ୍ରୀଙ୍କ ହୁଅନ୍ତୁ ଅବା ପ୍ରଧାନମନ୍ତ୍ରୀଙ୍କର ସେ ଯାଇ ସଭାସମିତି କରିବେ, ଘୋଷଣା କରିବେ ଏହା ଦୁର୍ଭାଗ୍ୟଜନକ ।  ରାଜନୀତିରେ ଏହାର ସ୍ଥାନ ନାହିଁ କି ଵିଧି ବ୍ୟବସ୍ଥାରେ ନାହିଁ ।  ବିଜୁ ଜନତା ଦଳର ନେତାଙ୍କର ଯଦି ସାମାନ୍ୟତମ ସ୍ୱାଭିମାନ ଥାନ୍ତା ଏକଥାକୁ ସମର୍ଥନ କିମ୍ବା ବ୍ୟବସ୍ଥା ଭିତରକୁ ନିଅନ୍ତେ ନାହିଁ ।  ଫାଇଭ-ଟି ସଚିବଙ୍କ ଗସ୍ତ, ଗଣତନ୍ତ୍ର ପ୍ରକ୍ରିୟାକୁ ହତ୍ୟା, ହନନ କରାଯାଉଛି ।  ମୁଖ୍ୟମନ୍ତ୍ରୀ ଶାସନ ବ୍ୟବସ୍ଥାକୁ ଆଉଟସୋର୍ସ କରିଦେଇଛନ୍ତି।  ତାଙ୍କ ସ୍ଥାନରେ ଆଉ ଜଣେ ଘୋଷଣା କରୁଛି ।  ଏହି ଗଣତନ୍ତ୍ର ହତ୍ୟାକାରୀଙ୍କୁ ଭାରତୀୟ ଜନତା ପାର୍ଟି ବିରୋଧ କରିବାରେ ବିରତ ରହି ନାହିଁ ଏବଂ ବିରୋଧ ଜାରି ରହିବ ।

ଏହାସହ ପୃଥ୍ୱୀରାଜ ସାଂଘାତିକ ଅଭିଯୋଗ ଆଣି କହିଛନ୍ତି, ବିଜୁ ଜନତା ଦଳରେ ଯେତେବେଳେ ଜଣକୁ ଡ଼ିଫେଣ୍ଡ କରାଯାଏ ସେତେବେଳେ ଗନ ପଏଣ୍ଟରେ ଡ଼ିଫେଣ୍ଡ କରାଯାଏ।  ସେ କଣ କହିବେ କଣ କରାଯିବ ସେସବୁ ଥାର୍ଡ଼ ଫ୍ଲୋରରୁ ଲେଖା ହୋଇ ଆସେ ଏବଂ ସମ୍ପୃକ୍ତ ନେତାଙ୍କ ଇଛା ନଥିଲେ ବି ତାଙ୍କ ମୁହଁରେ କୁହାଯାଇଥାଏ ।