କନକ ବ୍ୟୁରୋ : ପୁରା ଭାରତୀୟ ଅଲମ୍ପିକ ଟିମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱତନ୍ତ୍ର ଅତିଥି ଭାବେ ନିମନ୍ତ୍ରଣ କରିବେ । ଏହି ନିମନ୍ତ୍ରଣ ସବୁ ଖେଳାଳୀଙ୍କୁ ବ୍ୟକ୍ତିଭାବେ ମିଳିବ । କହିରଖୁ କି ଭାରତରୁ ୨୨୮ ଜଣ ଅଲମ୍ପିକରେ ଭାଗ ନେଇଛନ୍ତି, ସେମାନଙ୍କ ମଧ୍ୟରୁ ୧୧୯ ଜଣ ଖେଳାଳୀ ସାମିଲ ଅଛନ୍ତି ।

Advertisment

ସୂଚନା ଥାଉକି ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ଅଲମ୍ପିକ ଖେଳାଳୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦେଇଥିଲେ । ସେ କହିଥିଲେ କି ଭାରତୀୟ ଖେଳାଳୀଙ୍କ ଭିତରେ ସେତେବେଳେ ଇଚ୍ଛାଶକ୍ତି ବୃଦ୍ଧି ପାଇଥାଏ, ଯେତେବେଳେ ସେମାନଙ୍କୁ ସଠିକ ପ୍ରୋତ୍ସାହନ ମିଳିଥାଏ । ସେ ଆହୁରି କହିଥିଲେ କି ଭାରତୀୟ ଖେଳାଳୀମାନେ ବସୁ ଖେଳରେ ନିଜର ପାରଦର୍ଶିତା ପ୍ରତିପାଦନ କରି ଚାଲିଛନ୍ତି । ଅଲମ୍ପିକ ଖେଳରେ ବି ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବେ । ଭବିଷ୍ୟତରେ ଖେଳାଳୀ ମାନଙ୍କୁ ଶୁଭକାମନା ଜଣାଇ ପ୍ରଧାନମନ୍ତ୍ରୀ କହିଥିଲେ କି ଦେଶର ଖେଳାଳୀ ଏବେ ଅଲମ୍ପିକରେ ନାଁ କମେଇବାରେ ଲାଗିଛନ୍ତି । ଖେଳରେ ବିଜୟ ପରାଜୟ ଏକ ଅଂଶ ଓ ତାହା ଉପରେ ଫୋକସ ନକରି ଖେଳାଳୀ ମାନଙ୍କୁ ପ୍ରୋତ୍ସାହିତ କରିବାକୁ ସେ ଦେଶବାସୀଙ୍କୁ ନିବେଦନ କରିଥିଲେ ।

କହିରଖୁ କି, ଭାରଉତ୍ତୋଳନରେ ମୀରାବାଇ ଚାନୁଙ୍କୁ ରୌପ୍ୟ ପଦକ, ବ୍ୟାଡମିଣ୍ଟନରେ ପି.ଭି ସିନ୍ଧୁଙ୍କୁ ବ୍ରୋଞ୍ଜ ମିଳିଛି । ଏହି ଦୁଇଟି ମେଡାଲ ସହିତ ଭାରତ ଅଲମ୍ପିକ ସୂଚୀରେ ୬୩ ନମ୍ବର ସ୍ଥାନରେ ରହିଛି ।