ବିଶ୍ୱ ଦେଖିଲା ଭାରତର ଶକ୍ତି: ଏୟାର ସୋ’ରେ ସ୍ୱଦେଶୀ ବିମାନର କମାଲ, ସାମିଲ ହେଲେ ୮୦୦ ବିମାନ କମ୍ପାନୀ

184

କନକ ବ୍ୟୁରୋ: ବେଙ୍ଗାଲୁରୁ ଆକାଶରେ ପ୍ରରାକ୍ରମ ଦେଖାଇଲା ଭାରତ । ସାମିଲା ହେଲା ବାୟୁସେନାର ଶହ ଶହ ବିମାନ । ଏସିଆର ସବୁଠୁ ବଡ ଏହି ଏରୋ ଇଣ୍ଡିଆ ଏୟାର ସୋର ୧୪ ତମ ପ୍ରଦର୍ଶନୀକୁ ସୋମବାର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ‘ଦ ରନୱେ ଟୁ ଏ ବିଲିୟନ ଅପରଚ୍ୟୁନିଟି’ ଥିମକୁ ନେଇ କରାଯାଇଥିବା ଏହି ଏୟାର ସୋରେ ସାମିଲ ହୋଇଛନ୍ତି ଭାରତ ସମେତ ଶତାଧିକ ଦେଶର ୮୦୦ରୁ ଅଧିକ ବିମାନ ନିର୍ମାଣକାରୀ କମ୍ପାନୀ । ୫ ଦିନ ଧରି ଚାଲିଥିବାକୁ ଥିବା ଏହି ମେଗା ଏୟାର ସୋ ଏରୋସ୍ପେସ୍ ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଭାରତର ବିକାଶକୁ ପଦର୍ଶତ କରାଯିବ ।

ବାଙ୍ଗାଲୁରରେ ଚାଲିଥିବା ଏହି ପଦର୍ଶନୀ ଭାରତ ପାଇଁ ଆଣିବ ବଡ ବିନିଯୋଗ ସୁଯୋଗ । ଦେଶ, ବିଦେଶରେ ୨୫୧ ବିମାନ ନିର୍ମାଣକାରୀ କମ୍ପାନୀ ସହ ଚୁକ୍ତି ହୋଇଛି । ଉକ୍ତ କମ୍ପାନୀଗୁଡିକ ଭାରତରେ ୭୫ ହଜାର କୋଟି ଟଙ୍କା ବିନିଯୋଗ କରିବେ ।

ଏହାଛଡା ଭାରତ ଏୟାରବସ ଏବଂ ବୋଇଙ୍ଗ୍ କୋ କମ୍ପାନୀଠୁ ପ୍ରାୟ ୫୦୦ ଜେଟ୍ କିଣିବା ନେଇ ଚୁକ୍ତି କରିଛି । ଏଥିପାଇଁ ଭାରତ ୧୦୦ ବିଲିୟନ ଡଲାର ଅର୍ଥାତ୍ ୮୨ ହଜାର ୭୪୫ କୋଟି ଟଙ୍କାର ଚୁକ୍ତି କରିଛି । ବୁୂରୋ ରିପୋର୍ଟ କନକ ନ୍ୟୁଜ୍