କୁକୁର କାମୁଡିଲେ ଆପଣାନ୍ତୁ ଏହି ଘରୋଇ ଉପଚାର ! ଡାକ୍ତରଖାନାରେ ପହଂଚିବା ପୂର୍ବରୁ ସଂମ୍ପୂର୍ଣ୍ଣ ଶରୀରକୁ ବିଷକ୍ରିୟାରୁ ବଂଚାଇଥାଏ

150

କୁକୁର କାମୁଡିଲେ ହାଇଡ୍ରୋଫୋବିଆ ଭଳି ମାରାତ୍ମକ ରୋଗ ହୋଇଥାଏ । ତେବେ ରାସ୍ତାକଡରେ ବୁଲୁଥିବା କୁକୁରଙ୍କୁ କାବୁରେ ରଖିବା ଆମ ହାତରେ ନାହିଁ । କିନ୍ତୁ ଏମାନେ କାମୁଡିବା ପରେ ଆମେ କଣ କରି ପାରିବା ତାହା ଆମ ହାତରେ ଅଛି । ବେଳେ ବେଳେ ଏମିତି ପରିସ୍ଥିତ ହୋଇଥାଏ ଆମେ ତୁରନ୍ତ ଡାକ୍ତରଖାନାରେ ପହଂଚିପାରେନି । ତେଣୁ ଡାକ୍ତରଖାନା ଯିବା ପୂର୍ବରୁ କିଛି ଘରୋଇ ଉପାୟ ଜରିଆରେ ଏହି ସମ୍ପୂର୍ଣ୍ଣ ଶରୀରକୁ ଇନଫେକସନ୍ ହେବାରୁ ରୋକି ପାରିବା ।

ଏବେ ନଜର ପକାନ୍ତୁ କିଛି ତୁରନ୍ତ ଘରୋଇ ଉପଚାର ଉପରେ :

• କୁକୁର କାମୁଡା ପାଇଁ ହେଙ୍ଗୁ ସବୁଠାରୁ ଭଲ ଔଷଧ ପରି କାମ କରିଥାଏ । ତେଣୁ ହେଙ୍ଗୁରେ ପାଣି ମିଶାଇ ଏକ ପେଷ୍ଟ ତିଆରି କରନ୍ତୁ । ଏହାକୁ କୁକୁର କାମୁଡା ସ୍ଥାନରେ ଏକ ଲେପ ପରି ଲଗାନ୍ତୁ । ଏହି ପେଷ୍ଟ ସମସ୍ତ ବିଷକୁ ନଷ୍ଟ କରିଦେଇଥାଏ ।

• କୁକୁର କାମୁଡିବା ପରେ ସର୍ବପ୍ରଥମେ ସେହି ଘାକୁ ସଫା ପାଣିରେ ଧୁଅନ୍ତୁ । ଏହା ଦ୍ୱାରା ବିଷ ଶରୀରରେ ଚଢିନଥାଏ । ଏହା ପରେ ନାଲି ଲଙ୍କା ଗୁଣ୍ଡକୁ ସୋରିଷ ତେଲ ସହ ମିଶାଇ ସେହି ସ୍ଥାନରେ ଲଗାନ୍ତୁ । ଏପରି କରିବା ଦ୍ୱାରା ଇନଫେକସନ୍ ହୋଇନଥାଏ ।

• ସେହିପରି ଗୋଲମରିଚ ମଧ୍ୟ ବିଷକୁ କାଟିଥାଏ । ୧୦ -୧୫ଟି ଗୋଲମରିଚ ୨ ଚାମଚ ଜୀରା ସହ ମିଶାଇ ଗୁଣ୍ଡ ପ୍ରସ୍ତୁତ କରନ୍ତୁ । ଏହି ଗୁଣ୍ଡକୁ ପାଣିରେ ମିଶାଇ ଲେପ କରି କୁକୁର କାମୁଡିଥିବା ସ୍ଥାନରେ ଲଗାନ୍ତୁ ।

• ସମାନ ପରିମାଣର ପିଆଜ ରସ, ଲୁଣ , ମହୁ ଏବଂ ଅଖରୋଟକୁ ମିଶାଇ ଏକ ପେଷ୍ଟ କରି ଘା’ରେ ଲଗାନ୍ତୁ । ଏପରି କଲେ କୁକୁର ବିଷ ସମ୍ପୂର୍ଣ୍ଣ ଶରୀରରେ ଚଢିନଥାଏ ।

ସୌଜନ୍ୟ : ରୋଚକଖବରେଁ