ଆସନ୍ତା ୭ରେ ଓଡିଶା ଆସିବେ ରାଷ୍ଟ୍ରପତି । ୮ରେ ବାଣୀବିହାରରେ ଯୋଗଦେବେ । ଗସ୍ତ ବେଳେ ମୁତୟନ ହେବେ ୫୦ ପ୍ଲାଟୁନ୍ ଫୋର୍ସ

311

କନକ ବ୍ୟୁରୋ: ଓଡିଶା ଆସୁଛନ୍ତି ରାଷ୍ଟ୍ରପତି । ଆସନ୍ତା ୭ ତାରିଖ ସନ୍ଧ୍ୟାରେ ଓଡିଶା ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ତେବେ ୭ ତାରିଖରେ ଆସି ରାଷ୍ଟ୍ରପତି ରାଜଭବନରେ ରାତ୍ରିଯାପନ କରିବେ । ଆଉ ତାପର ଦିନ ଅର୍ଥାତ ୮ ତାରିଖ ସକାଳେ ଖୋର୍ଦ୍ଧା ଯିବେ ରାମନାଥ କୋବିନ୍ଦ ।

ତେବେ ଖୋର୍ଦ୍ଧାରୁ ବାଣୀବିହାର ଆସିବେ ରାଷ୍ଟ୍ରପତି । ବାଣୀବିହାରରେ କାର୍ଯ୍ୟକ୍ରମ ସାରି ରାଜଭବନରେ ମଧ୍ୟାହ୍ନ ଭୋଜନ କରିବେ । ଆଉ ସନ୍ଧ୍ୟାରେ ଦିଲ୍ଲୀ ଫେରିଯିବେ ରାଷ୍ଟ୍ରପତି । ତେବେ ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯିବ । ଭୁବନେଶ୍ୱର ଓ ଖୋର୍ଦ୍ଧାରେ ମୁତୟନ ହେବେ ୫୦ ପ୍ଲାଟୁନ ଫୋର୍ସ । ତେବେ ସୁରକ୍ଷା ନେଇ ସୂଚନା ଦେଇଛନ୍ତି ଅନ୍ତରୀଣ ଡିଜିପି ।

ତେବେ ବାଣୀବିହାରକୁ ରାଷ୍ଟ୍ରପତି ଆସିବା ନେଇ ପୂର୍ବରୁ ସୂଚନା ଦେଇଥିଲେ ମନ୍ତ୍ରୀ ଅରୁଣ ସାହୁ । ବାଣୀବିହାରର ପ୍ଲାଟିନମ ଜୁବୁଲିରେ ରାଷ୍ଟ୍ରପତିଙ୍କ ଆଗମନୀ ନେଇ ସୂଚନା ଦେଇଥିଲେ ।