ଇନ୍ଦୋରରେ ପ୍ରବାସୀ ଭାରତୀ ଦିବସରେ ଓଡିଆଙ୍କୁ ଭେଟିଲେ ରାଷ୍ଟ୍ରପତି, ପ୍ରବାସୀ ଓଡିଆଙ୍କ ତରଫରୁ ସମ୍ମାନୀତ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

260

କନକ ବ୍ୟୁରୋ : ମଧ୍ୟପ୍ରଦେଶ ର ଇନ୍ଦୋର ଠାରେ ଉଦଯାପିତ ହୋଇ ଯାଇଥିବା ପ୍ରବାସୀ ଭାରତୀୟ ଦିବସରେ ବିଦେଶରେ ରହୁଥିବା ବହୁ ପ୍ରବାସୀ ଓଡ଼ିଆମାନେ ଭାଗ ନେଇ ଥିଲେ । ଲଣ୍ଡନ, ମ୍ୟାମାର, ବାହାରିନ୍ ଦେଶରୁ ପ୍ରବାସୀ ଓଡିଆମାନେ ଭାଗ ନେଇ ଥିଲେ। ସବୁଠାରୁ ବଡ କଥା ଯେ ଦୁବାଇ, ଓମାନ୍, ସାଉଦିଆରବ ଭଳି ଖାଡ଼ି ଦେଶରେ କାର୍ୟ୍ୟରତ ଓଡ଼ିଆ ଶ୍ରମିକ ମାନଙ୍କ ପାଇଁ ଦେବଦୂତ ସାଜିଥିବା ବାହାରିନ୍ ଓଡ଼ିଆ ସମାଜ ର ପ୍ରତିଷ୍ଠାତା ଅଧକ୍ଷ ଡ. ଅରୁଣ କୁମାର ପ୍ରହରାଜ ୨୦୨୩ ପ୍ରଭାସୀ ଭାରତୀୟ ଦିବସରେ ଅଂଶଗ୍ରହଣ କରିଥିଲେ । ୬୮ ଟି ଦେଶରୁ ଆସିଥିବା ପ୍ରବାସୀ ଭାରତୀୟ ମାନଙ୍କୁ ଇନ୍ଦର୍ ବିମାନ ବନ୍ଦର ଠାରୁ ଆରମ୍ଭ କରି ସଭା ସ୍ଥଳ ପର୍ୟ୍ୟନ୍ତ ସମସ୍ତ ଅତିଥି ମାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜଣାଇଥିଲେ। ଭାରତୀୟ ବୈଦେଶିକ ମନ୍ତ୍ରଳାୟ ଏବଂ ମଧ୍ୟପ୍ରଦେଶ ସରକାର ଙ୍କ ତରଫରୁ ସେଠାରେ ଏକ ଗ୍ଲୋବାନ ଗାର୍ଡେନ ନିର୍ମାଣ କରାଯାଇ ସମସ୍ତ ଦେଶ ମାନଙ୍କରୁ ଆସିଥିବା ପ୍ରବାସୀ ଭାରତୀୟ ମାନେ ଗୋଟିଏ ଗୋଟିଏ ବୃକ୍ଷ ରୋପଣ କରିଥିଲେ। ବାହାରିନ୍ ଦେଶ ତରଫରୁ ଡ. ଅରୁଣ ପ୍ରହରାଜ ମଧ୍ୟ ଗୋଟିଏ ବୃକ୍ଷ ରୋପଣ କରିଥିଲେ ଏବଂ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ତାଙ୍କୁ ସଂମାନିତ କରିଥିଲେ। ସେହିପରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ମଧ୍ୟ ଡ ପ୍ରହରାଜ ସମ୍ମାନୀତ କରିଥିଲେ । ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ସହ ମିଶି ପ୍ରବାସୀ ବିଦେଶୀ ଓଡ଼ିଆ ମାନେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଙ୍କୁ ମଧ୍ୟ ଭେଟିଥିଲେ। ଡ ଅରୁଣ ପ୍ରହରାଜ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ଆଗାମୀ ପ୍ରବାସୀ ଭାରତୀୟ ଦିବସ ର ସମ୍ମିଳନୀ କାର୍ୟ୍ୟକ୍ରମ ଓଡିଶା ରେ କରିବା ପାଇଁ ଅନୁରୋଧ କରିଥିଲେ ଯାହାଦ୍ୱାରା କି ଓଡ଼ିଶାରେ ସିଧା ସଳଖ ପୁଞ୍ଜି ନିବେସର ସୁଯୋଗ ସୃଷ୍ଠି ହେବାର ସମ୍ଭାବନା ରହିବା ସଂଗେ ସଂଗେ ଓଡିଶା ପର୍ୟ୍ୟଟନ କ୍ଷେତ୍ରରେ ମଧ୍ୟ ବହୁ ପୁଞ୍ଜି ନିବେଶ ର ସୁଯୋଗ ମିକିବାର ଆସ କରାଯାଇପାରିବ।