ରାସ୍ତାକଡରୁ ଗର୍ଭବତୀଙ୍କ ମୃତଦେହ ଉଦ୍ଧାର । ବର୍ଷକ ପୂର୍ବରୁ କରିଥିଲେ ପ୍ରେମ ବିବାହ ।

316

କନକ ବ୍ୟୁରୋ: ରାସ୍ତା କଡ଼ରୁ ଗର୍ଭବତୀ ମହିଳାଙ୍କ ମୃତଦେହ ଉଦ୍ଧାର । ଭଦ୍ରକ ଭଣ୍ଡାରିପୋଖରୀ ଥାନା ନପଙ୍ଗ କବି ସାହି ନିକଟ ରାସ୍ତାରେ ପଡ଼ିଥିଲା ମହିଳାଙ୍କ ମୃତଦେହ । ମହିଳାଙ୍କୁ କେହି ମାରି ପକାଇଥିବା ସନ୍ଦେହ କରାଯାଉଛି । ମୃତ ମହିଳାଙ୍କ ନାଁ ତପଶ୍ୱିନୀ । ପନଙ୍ଗ ଗାଁର ଡ୍ରାଇଭର ସିପନ ଦାସଙ୍କ ଦ୍ୱିତୀୟ ପତ୍ନୀ ।

ସିପନ ପୂର୍ବରୁ ବିବାହିତ ଥିବା ସତ୍ୱେ ଏକ ବର୍ଷ ପୂର୍ବେ ତପଶ୍ୱିନୀଙ୍କୁ ପ୍ରେମ ବିବାହ କରିଥିଲେ । ବିବାହରେ ପରିବାର କେହି ସନ୍ତୁଷ୍ଟ ନଥିବାରୁ ଅନେକ ସମୟରେ ଅଶାନ୍ତି ଲାଗି ରହୁଥିଲା । ସିପନ ତପସ୍ୱିନୀଙ୍କୁ ଆଣି ଯାଜପୁର ଟାଉନରେ ରହିଆସୁଥିଲେ । ଗତକାଲି ଉଭୟ ଯାଜପୁରରୁ ନପଙ୍ଗ ଆସିଥିବା ବେଳେ ଆଜି ରାସ୍ତାକଡ଼ରୁ ତପଶ୍ୱିନୀଙ୍କ ମୃତ ଦେହ ମିଳିଛି । ଏଭଳି ପରିସ୍ଥିତିରେ ତାଙ୍କୁ କେହି ମାରିଦେଇଥିବା ସନ୍ଦେହ କରାଯାଉଛି । ଘଟଣା ସ୍ଥଳରେ ଭଣ୍ଡାରିପୋଖରୀ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।