ପୁଣି ଥରେ ବିବାହ କରିବେ ଇଶା ଦେଓଲ ! ଜାଣନ୍ତୁ, କିଏ ସେହି ବ୍ୟକ୍ତି

39

ପୁଣି ଥରେ ବିବାହ କରିବେ ବଲିଉଡ଼ ଅଭିନେତ୍ରୀ ଇଶା ଦେଓଲ । ବଲିଉଡ଼୍ ଅଭିନେତ୍ରୀ ଇଶା ଦେଓଲ ଏବେ ମା’ ହେବାକୁ ଯାଉଛନ୍ତି । ଏନେଇ ପ୍ରାୟତଃ ସେ ସୋସିଆଲ ମିଡ଼ିଆରେ ନିଜର ଫଟୋ ଶେୟାର କରନ୍ତି । ବିବାହର ୫ ବର୍ଷ ପରେ ତାଙ୍କ ଜୀବନରେ ଏହି ଖୁସି ଆସିଛି । ଖବରରୁ ଜଣାପଡ଼ିଛି ଇଶା ଦେଓଲ ପୁଣି ଥରେ ବିବାହ କରିବା ପାଇଁ ଯାଉଛନ୍ତି । ଏକ ସାକ୍ଷାତକାରରେ ଇଶା ନିଜେ ଏକଥା ସ୍ପଷ୍ଟ କରିଛନ୍ତି । ଏନେଇ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ଇଶା ପୁଣି ଥରେ ବିବାହ କାହିଁକି କରିବେ ଏବଂ କାହାକୁ କରିବେ । ତେବ ସୂଚନା ଅନୁସାରେ ଜଣାପଡ଼ିଛି ସେ ନିଜ ସ୍ୱାମୀଙ୍କୁ ଆଉ ଥରେ ବିବାହ କରିବେ ।

ସିନ୍ଧୀ ପରିବାରରେ ଏପରି ପରମ୍ପରା ରହିଛି । ମା’ ହେବା ସମୟରେ ଏହି ପ୍ରକାରର ପରମ୍ପରାର ପାଳନ ହୁଏ । ଯାହାକୁ ଇଶା ଓ ତାଙ୍କ ସ୍ୱାମୀ ଭରତ ପୁରା କରିବେ । ଇଶା କହିଛନ୍ତି, ସମୟ ସହ ଭରତଙ୍କ ସହ ମୋ ସମ୍ପର୍କ ଆଉ ଅଧିକ ଗଭୀର ହୋଇଯାଇଛି । ଯେବେଠାରୁ ମୁଁ ମା’ ହେବି ବୋଲି ଭରତ ଜାଣିଛନ୍ତି, ସେ ମୋର ସମ୍ପୂର୍ଣ୍ଣ ଯତ୍ନ ନେଉଛନ୍ତି । ଏହାସହ ଇଶା କହିଛନ୍ତି, ମୁଁ ଯାହା ବି କରେ ଭରତ ସବୁବେଳେ ମୋର ସମର୍ଥନ କରନ୍ତି ।