କନକ ବ୍ୟୁରୋ: ମୁମ୍ବାଇରେ କରୋନା ସଂକ୍ରମଣ ଏବେ ସୀମା ଟପିଛି । ଏପର୍ଯ୍ୟନ୍ତ ଶତାଧିକ ଲୋକ ଏହି ଭୂତାଣୁର ଶିକାର ହୋଇଥିବାବେଳେ, ଗର୍ଭବତୀ ସ୍ତ୍ରୀ ଲୋକମାନେ ଅଧିକ ସତର୍କ ରହିବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି । ଏହାରି ଭିତରେ ବଲିଉଡ୍ କମେଡିଆନ୍ ଭାରତୀ ସିଂହ କରୋନା ଭୟରେ ତାଙ୍କ ମୁମ୍ବାଇ ସ୍ଥିତ ଘର ଛାଡି ଏବେ ତାଙ୍କ ଫାର୍ମ ହାଉସରେ ସମୟ କାଟୁଥିବା ଦେଖିବାକୁ ମିଳିଛି ।

Advertisment

ଭାରତୀ ସିଂହ ତାଙ୍କର ନୂଆ ବ୍ଲକରେ ଏନେଇ ସୂଚନା ଦେଇଛନ୍ତି । ଏଥିରେ ସେ କହିଛନ୍ତି ଯେ, ମୁମ୍ବାଇରେ ବଢୁଥିବା କରୋନା ସଂକ୍ରମଣୁ ଦେଖି ସେ ଏଭଳି ନିଷ୍ପତ୍ତି ନେଇଛନ୍ତି । ତେବେ ବର୍ତ୍ତମାନ ସେ ଫାର୍ମ ହାଉସରେ ସମୟ କାଟିବା ସହିତ ଏହିଠାରୁ ହିଁ ସୁଟିଂ କରିବେ । ତେବେ ତାଙ୍କ ସହିତ ତାଙ୍କ ସ୍ୱାମୀ ହର୍ଷ ମଧ୍ୟ ଥିବା ଦେଖିବାକୁ ମିଳିଛି ।

ସୂଚନାଯୋଗ୍ୟ ଯେ, କମେଡିଆନ୍ ଭାରତୀ ସିଂହ ଏବେ ଗର୍ଭବତୀ ଅଛନ୍ତି । କିଛି ଦିନ ତଳେ ସେ ଇନଷ୍ଟାଗ୍ରାମରେ ତାଙ୍କର ଏକ ଫଟୋ ସେଆର୍ କରି ଏନେଇ ସୂଚନା ଦେଇଥିଲେ । ତେବେ ସେ ଏବେ ଏହି ମୁହୂର୍ତ୍ତର ମଜା ଉଠାଉଛନ୍ତି, ଏବଂ କାମ କରିବା ଜାରି ରଖିଛନ୍ତି । ତାଙ୍କର ଡ୍ୟୁ ଡେଟ୍ ନଆସିବା ପର୍ଯ୍ୟନ୍ତ ସେ କାମ ଜାରି ରଖିବେ ବୋଲି ସେ କହିଛନ୍ତି । ଭାରତୀ ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କ ସ୍ୱାମୀ ହର୍ଷ ଏବେ ତାଙ୍କର ଧ୍ୟାନ ରଖୁଛନ୍ତି । ଡାଏଟ୍ ଉପରେ ସେ ତାଙ୍କର ସମ୍ପୂର୍ଣ୍ଣ ଧ୍ୟାନ କେନ୍ଦ୍ରିତ କରିଛନ୍ତି । ତେବେ ଏହି ସମୟ ତାଙ୍କ ପାଇଁ କଠିନ । ବର୍ତ୍ତମାନ ସେ ତାଙ୍କ ପୂରା ଫୋକସ୍ ତାଙ୍କ ଗର୍ଭସ୍ଥ ଶିଶୁ ଉପରେ ରଖିଛନ୍ତି  ବୋଲି କହିଛନ୍ତି ।