ଏମିତି ପାଳନ ହେଉଛି କୋଭିଡ ଗାଇଡଲାଇନ ! ବାଜା ବାଣ ସହ ବିରାଟ ପଟୁଆରରେ ଯାଇ ଧୁମଧାମରେ ଭରିଲେ ନାମାଙ୍କନ

100

କନକ ବ୍ୟୁରୋ : ନାମାଙ୍କନ ଦାଖଲ ବେଳେ କୋଭିଡ ନିୟମ ଉଲ୍ଲଂଘନ । ଗଂଜାମ ଜିଲ୍ଲା ଆସିକା ବ୍ଲକର ଖାରିଆ ପଂଚାୟତରୁ ଆସିଛି ଖୋଲା ଖୋଲି କୋଭିଡ ନିୟମ ଉଲ୍ଲଂଘନର ଖବର । ଶହଶହ ସମର୍ଥକଙ୍କୁ ନେଇ ଶୋଭାଯାତ୍ରାରେ ଯାଇ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ଶାସକ ଦଳର ପ୍ରାର୍ଥୀମାନେ । ବାଜା ବଜାଇ ୫୦୦ରୁ ଅଧିକ କର୍ମୀଙ୍କ ସହ ଶୋଭାଯାତ୍ରାରେ ଯାଇ ନାମାଙ୍କନ ଦାଖଲ କରିଛନ୍ତି ।

ଖରିଆ ଗାଁର କାଳୀ ମନ୍ଦିରଠାରୁ ଏହି ଶୋଭାଯାତ୍ରା ବାହାରି ପଂଚାୟତ କାର୍ଯ୍ୟାଳୟ ଯାଏଁ ଯାଇଥିଲା । ଏଥିରେ ସାମିଲ କଗଂଜାମ ଜିଲ୍ଲା ଆସିକା ବ୍ଲକର ଖାରିଆ ପଂଚାୟତରୁ ଆସିଛି ଖୋଲା ଖୋଲି କୋଭିଡ ନିୟମ ଉଲ୍ଲଂଘନର ଖବର । ଶହଶହ ସମର୍ଥକଙ୍କୁ ନେଇ ଶୋଭାଯାତ୍ରାରେ ଯାଇ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ଶାସକ ଦଳର ପ୍ରାର୍ଥୀମାନେ । ବାଜା ବଜାଇ ୫୦୦ରୁ ଅଧିକ କର୍ମୀଙ୍କ ସହ ଶୋଭାଯାତ୍ରାରେ ଯାଇ ନାମାଙ୍କନ ଦାଖଲ କରିଛନ୍ତି ।ର୍ମୀ, ସମର୍ଥକ ସାମାଜିକ ଦୂରତା ରକ୍ଷା କରିବା ତ ଦୂରର କଥା, ଅଧିକାଂଶ ଲୋକଙ୍କ ମୁହଁରେ ମାସ୍କ ନଥିଲା । ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ନିର୍ବାଚନ କମିଶନ ନାମାଙ୍କନ ଦାଖଲ ବେଳେ ପ୍ରାର୍ଥୀଙ୍କ ସହ କେବଳ ଜଣେ ପ୍ରସ୍ତାବକ ଯିବା ପାଇଁ ଅନୁମତି ଦେଇଛନ୍ତି । ହେଲେ ଆସିକା ବ୍ଲକର ଖାରିଆ ପଂଚାୟତରେ ପ୍ରାର୍ଥୀମାନେ ଏହାର ଖୋଲାଖୋଲି ଉଲ୍ଲଂଘନ କରିଛନ୍ତି ।