ସିସୋର ସହ ଜମି କାରବାର ମାମଲାରେ ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳ ଗିରଫ !

39

କନକ ବ୍ୟୁରୋ : ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ସିବିଆଇ ଗିରଫ କରିଥିବା ସୂଚନା ମିଳିଛି । ସିସୋର ସହ ଜମି କାରବାର ମାମଲାରେ ପ୍ରଭାତ ବିଶ୍ୱାଳ ଗିରଫ ହୋଇଥିବ। ସୂଚନା ମିଳିଛି । ଗତକାଲି ରାତିରେ ସିବିଆଇ ତାଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ଗତକାଲି ରାତିରେ ସିବିଆଇ ତାଙ୍କୁ ପଚରାଉଚରା କରିବା ପାଇଁ ଡାକିଥିଲା । ପଚରାଉଚରା କରିବା ପରେ ଆଇପିସି ଧାରା ୧୨୦ ବି ବଳରେ ଚୌଦ୍ୱାର-କଟକ ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ସିସୋର ସହ ଜମି କାରବାର ମାମଲାରେ ସିବିଆଇ ପ୍ରଭାତ ବିଶ୍ୱାଳଙ୍କୁ ଗିରଫ କରାଯାଇଛି ।

ପ୍ରଭାତଙ୍କ ଗିରଫଦାରୀ ପରେ ବୟାନବାଜୀ ଆରମ୍ଭ ହୋଇଛି । ବିଜେଡି କହିଛି, ରାଜନୈତିକ ଉଦ୍ଦେଶ୍ୟରେ ପ୍ରଭାତଙ୍କୁ ଗିରଫ କରାଯାଇଛି । ଏନେଇ ପ୍ରଭାତଙ୍କ ଭାଇ କହିଛନ୍ତି, ନିରପେକ୍ଷ ତଦନ୍ତ କରୁନାହିଁ ସିବିଆଇ । ଏହା ବ୍ୟତୀତ ବିଜେଡି ନେତା ସୁବାସ ସିଂ କହିଛନ୍ତି, ସିବିଆଇ ମାଧ୍ୟମରେ ରାଜନୈତିକ ଆକ୍ରୋଶକୁ ବାହାର କରିବାକୁ ବିଜେପି ଉଦ୍ୟମ କରୁଛି ।

ସୂଚନାଯୋଗ୍ୟ, ନଭେମ୍ବର ୨୧, ୨୦୧୪ରେ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ପତ୍ନୀ ଲକ୍ଷ୍ମୀବିଳାସିନୀ ବିଶ୍ୱାଳଙ୍କୁ ପଚରାଉଚରା କରିଥିଲା ସିବିଆଇ । ଯାଜପୁର ବେଣାପୁରର ୩୨ଗୁଣ୍ଠ ଜମି ମାମଲାରେ ତାଙ୍କୁ ପଚରାଉଚରା କରାଯାଇଥିଲା । ନଭେମ୍ବର ୨୬, ୨୦୧୬ରେ ପ୍ରଭାତ ବିଶ୍ୱାଳଙ୍କୁ ସମନ ଜାରି କରିଥିଲା ସିବିଆଇ । ଜାନୁୟାରୀ ୧୨, ୨୦୧୭ରେ ପ୍ରଭାତ ବିଶ୍ୱାଳଙ୍କ ବାସଭବନରେ ସିବିଆଇ ଚଢାଉ କରିଥିଲା । ଭୁବନେଶ୍ୱର ଓ କଟକ ମହାନଦୀ ବିହାରରେ ଥିବା ତାଙ୍କ ଘରେ ଚଢାଉ କରାଯାଇଥିଲା ।