ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ ବିଜେଡିର ପ୍ରତାପ ଦେବ : ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ବରିଷ୍ଠ ନେତା ଉପସ୍ଥିତ

27

କନକ ବ୍ୟୁରୋ : ଆଜି ରାଜ୍ୟସଭା ସାଂସଦ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ପ୍ରତାପ ଦେବ । ବିଷ୍ଣୁ ଦାସ ରାଜ୍ୟସଭା ପଦରୁ ଇସ୍ତଫା ଦେବା ପରେ ଖାଲି ପଡିଛି ପଦ । ଏହି ପଦ ପାଇଁ  ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକ ପ୍ରତାପ ଦେବାଙ୍କ ନାଁ ଘୋଷଣା କରିଥିଲେ । ତେବେ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନରେ   ଜଣେ ମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଭରିଛନ୍ତି ପ୍ରତାପ ଦେବ ।

ଅନ୍ୟପଟେ ଆଜି ବାଚସ୍ପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରାଯାଇଛି । ପ୍ରଦୀପ ଅମାତ ବାଚସ୍ପତି ପଦ ପାଇଁ ବିଧାନସଭା ସଚିବ ଅମୀୟ ଷଡଙ୍ଗୀ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ପୂର୍ବତନ ବାଚସ୍ପତି ନିରଞ୍ଜନ ପୂଜାରୀ ବାଚସ୍ପତି ପଦରୁ ଇସ୍ତଫା ଦେଇ ମନ୍ତ୍ରୀ ମଣ୍ଡଳରେ ସାମିଲ ହେବା ପରେ ଖାଲି ପଡିଛି ଏହି ପଦ । ଏହି ପଦବୀ ପୂରଣ ପାଇଁ ମୁଖ୍ୟମନ୍ତ୍ରୀ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଦୀପ ଅମାତଙ୍କ ନାଁ ଘୋଷଣା କରିଛନ୍ତି । ପ୍ରଦୀପ ଅମାତ ପୂର୍ବରୁ ବାଚସ୍ପତି ଭାବେ ଦାୟି୍ତ୍ୱ ତୁଲାଇଛନ୍ତି ।

ଦେଖନ୍ତୁ ଏହି ଭିଡିଓ –