କନକ ବ୍ୟୁରୋ : ବିହାର କ୍ଷମତା ରାଜନୀତିରେ ସମୀକରଣ ବଦଳିବା ପରେ ଏବେ ଜାତୀୟ ରାଜନୀତିରେ ନୀତିଶ ନିଜର ପରିଚୟ ସୃଷ୍ଟି କରିବାକୁ ଚେଷ୍ଟା କରିଛନ୍ତି । ହେଲେ ନୀତିଶଙ୍କ ରାଜନୈତିକ ଦଳ ଜେଡିୟୁର ପୂର୍ବତନ ନିର୍ବାଚନୀ ରଣନୀତିକାର ପ୍ରଶାନ୍ତ କିଶୋର ଏକ ଟ୍ୱିଟ କରି ନୀତିଶ ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମଧ୍ୟରେ ଥିବା ପୁରୁଣା ସଂପର୍କଙ୍କୁ ଉତଥାପନ କରିଛନ୍ତି । ଏହି ଟ୍ୱିଟରେ ପ୍ରଶାନ୍ତ କିଶୋର କିଛି ଲେଖି ନଥିଲେ ବି କେବଳ ୪ ଟି ଫଟୋ ପୋଷ୍ଟ କରିଛନ୍ତି । ଏହି ୪ଟି ଯାକ ଫଟୋରେ ନୀତିଶ କୁମାର ନରେନ୍ଦ୍ର ମୋଦୀଙ୍କୁ ସ୍ୱାଗତ କରୁଥିବା ଦେଖିବାକୁ ମିଳିଛି । ହେଲେ କିଛି ସମୟ ମଧ୍ୟରେ ପ୍ରଶାନ୍ତ କିଶୋର ଏହି ଟ୍ୱିଟଟିକୁ ଡିଲିଟ୍ କରିଦେଇଥିଲେ ।

Advertisment

ବୁଧବାର ଦିନ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନିଜର ପୂର୍ବତନ ପାର୍ଟି ସହଯୋଗୀ ପ୍ରଶାନ୍ତ କିଶୋରଙ୍କୁ କଟାକ୍ଷ କରିଥିଲେ । ସେ କହିଥିଲେ କି ମେଣ୍ଟ ବଦଳିବା ପରେ ଜେଡିୟୁ ଉପରେ ନା ଆଞ୍ଚଳିକ ଦଳମାନଙ୍କର ପ୍ରଭାବ ପଡିବ ନା ଜାତୀୟ ଦଳମାନଙ୍କର ପ୍ରଭାବ ପଡିବ । ଏହାସହ ସେ ପ୍ରଶାନ୍ତ କିଶୋରଙ୍କୁ ପ୍ରଚାର ବିଶେଷଜ୍ଞ କହି କଟାକ୍ଷ କରିଥିଲେ । ନୀତିଶ ଆହୁରି କହିଥିଲେ କି ପ୍ରଶାନ୍ତ କିଶୋର ଗୁପ୍ତରେ ବିଜେପିକୁ ସହାୟତା କରୁଛନ୍ତି ।

ନୀତିଶ କୁମାର କହିଥିଲେ ଅନ୍ୟ ରାଜନୈତିକ ଦଳମାନଙ୍କ ସହ କାମ କରିବା ହେଉଛି ପ୍ରଶାନ୍ତଙ୍କର ବ୍ୟବସାୟ । ଯଦି ପ୍ରଶାନ୍ତ ବିହାରରେ କିଛି କରିବାକୁ ଚାହୁଁଛନ୍ତି ତେବେ ଆମର କିଛି ଅଭିଯୋଗ ନଥିବା କଥା ନୀତିଶ କହିଥିଲେ ।