କନକ ବ୍ୟୁରୋ : ଆବାସ ଯୋଜନାରେ ଓଡ଼ିଶାକୁ ଅବହେଳା ପ୍ରସଙ୍ଗରେ ମୁହଁ ଖୋଲିଛି ବିଜେଡି । କେନ୍ଦ୍ରକୁ ଟାର୍ଗେଟ କରି ପ୍ରଶାନ୍ତ ମୁଦୁଲି କହିଛନ୍ତି, ଆବାସ ଯୋଜନାରେ ଓଡ଼ିଶାରେ ୪ ଲକ୍ଷ ଘର କେନ୍ଦ୍ର ସରକାର କାଟିଦେଲେ । ଯେଉଁ ୮ ଲକ୍ଷ ଘର ଦେଲେ ସେଥିପାଇଁ ୭ରୁ ୮ ବର୍ଷ ସମୟ ନେଲେ । ଆକ୍ରୋଶମୂଳକ ଭାବେ ଓଡିଶାକୁ ଘର ଦେବାରେ ଅବହେଳା କଲେ । ଏନେଇ ବିଧାନସଭାରୁ ଲୋକସଭା ପର୍ୟ୍ୟନ୍ତ ଦାବି କରାଗଲା, ମୁଖ୍ୟମନ୍ତ୍ରୀ ଦାବି ଜଣାଇବା ପରେ ବହୁ ବିଳମ୍ବରେ ଘର ଦେଲେ । ତେବେ ଦାବି ମୁତାବକ ଘର ଦେବା ପରିବର୍ତ୍ତେ ୪ ଲକ୍ଷ ଘର କାଟିଦେଲେ । ଏପରିକି ବିଳମ୍ବରେ ଘର ଦେଇ ହିତାଧିକାରୀଙ୍କ ପାଇଁ ନିୟମ ମଧ୍ୟ ବଦଳାଇ ଦେଲେ । ଯାହା ଏବେ ସମସ୍ୟା ସୃଷ୍ଟି କରୁଛି ବୋଲି କହିଛନ୍ତି ପ୍ରଶାନ୍ତ ।
ଏହାସହ ପ୍ରଶାନ୍ତ କହିଛନ୍ତି, ଘର ଦେବା ପାଇଁ ନୀତିନିୟମ ରହିଛି । ଜମି ଥିଲେ ହିଁ ଘର ଦିଆଯିବ । ଜମିର ପଟ୍ଟା ନିର୍ଦ୍ଧାରଣ କରିବା ପରେ ଲୋକଙ୍କୁ ଘର ଦିଆଯିବାର ବ୍ୟବସ୍ଥା ପର୍ଯ୍ୟାୟକ୍ରମେ ଚାଲିଥିବା କହିଛନ୍ତି ପ୍ରଶାନ୍ତ ।
Follow Us