କନକ ବ୍ୟୁରୋ: କାମ ପାଇଁ ବାହାର ରାଜ୍ୟକୁ ଯାଇଛନ୍ତି ସ୍ୱାମୀ । ହେଲେ ଯିବାର ୨ ବର୍ଷ ବିତିଗଲାଣି, ଏପର୍ଯ୍ୟନ୍ତ ସ୍ୱାମୀଙ୍କ କୌଣସି ପତା ମିଳୁନି । ସ୍ୱାମୀଙ୍କ ଘରକୁ ଫେରିବା ବାଟକୁ ଚାହିଁ ବସିଛନ୍ତି ସ୍ତ୍ରୀ ଓ ପରିବାର ସଦସ୍ୟ । କେନ୍ଦ୍ରାପଡ଼ା ପାଟକୁରା ଥାନା ମାଣିକପୁର ଗାଁରେ ଦେଖିବାକୁ ମିଳିଛି ଏହି ଘଟଣା । ପ୍ରକାଶ ଚନ୍ଦ୍ର ଜେନା ନାମକ ଜଣେ ଯୁବ ପରିବାରର ଆର୍ଥିକ ଅବସ୍ଥାକୁ ଦେଖି ବାହାର ରାଜ୍ୟକୁ କାମ ପାଇଁ ଯାଇଥିଲେ । ହେଲେ ଯିବା ପରଠାରୁ ସ୍ୱାମୀଙ୍କ କୌଣସି ଖୋଜଖବର ନାହିଁ ।
ଏପଟେ ପରିବାରରେ ଥିବା ସ୍ୱୀ ପିଲା ତାଙ୍କ ଫେରିବା ବାଟକୁ ଚାହିଁବସିଛନ୍ତି । ପ୍ରକାଶଙ୍କ ରୋଜଗାରର ପରିବାର ଚଳୁଥିବା ବେଳେ ତାଙ୍କର କୌଣସି ଖବର ମିଳୁନଥିବାରୁ ପରିବାରରେ ଆର୍ଥିକ ସମସ୍ୟା ଦେଖାଦେଇଛି । ପିଲାଙ୍କୁ ଧରି ପରିବାର ଚଳାଇବା ପତ୍ନୀଙ୍କ ପାଖରେ କଷ୍ଟକର ହୋଇପଡ଼ିଛି । ଶେଷରେ ପ୍ରକାଶଙ୍କ ପତ୍ନୀ ପାଟକୁରା ଥାନାରେ ସ୍ୱାମୀ ନିଖୋଜ ହୋଇଯାଇଥିବାରୁ ଅଭିଯୋଗ କରିଛନ୍ତି । ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।
Follow Us