କନକ ବ୍ୟୁରୋ : ଗୋଟିଏ ସରକାର । ହେଲେ ଦୁଇ ପ୍ରକାର ଆଇନ । ନବରଙ୍ଗପୁରରେ ବିକ୍ଷୋଭ ପ୍ରଦର୍ଶନ କରିବାରୁ କଂଗ୍ରେସ ନେତା ପ୍ରଦୀପ ମାଝୀଙ୍କୁ ମିଳିଛି ଜେଲ ଦଣ୍ଡ । ସଙ୍ଗେ ସଙ୍ଗେ ତାଂକୁ ବାନ୍ଧିଛି ପୋଲିସ । ହେଲେ ଆଇନଶୃଂଖଳା ଭାଙ୍ଗି କେନ୍ଦ୍ର ମନ୍ତ୍ରୀଙ୍କ ଗାଡି ଉପରେ ଆକ୍ରମଣ କରିଥିବା ବିଜେଡି ବିଧାୟକ ମନାଉଛନ୍ତି ବିଜୟ ଉତ୍ସବ । ପୋଲିସ୍ ଉପସ୍ଥିତିରେ ସବୁ ଚାଲିଥିବା ବେଳେ ଯେପରି ହାତ ଟେକିଦେଇଛି ସରକାର । ପ୍ରଶ୍ନ ଉଠୁଛି, କଂଗ୍ରେସ ପାଇଁ ସରକାର ଶକ୍ତ ଆଉ ନିଜ ଦଳ ପାଇଁ କଣ ଆଇନ କୋହଳ?
Kanak News is now on WhatsApp
Join and get latest news updates delivered to you via WhatsApp
ଆଇନର ଦୁଇଟି ଦିଗ ଦେଇ ଏବେ ଗତି କରୁଛି ରାଜ୍ୟ ରାଜନୀତି । ୧୭ବର୍ଷରୁ ଗୃହ ବିଭାଗକୁ ନିଜ ଅଧୀନରେ ରଖିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ତଦନ୍ତ ପ୍ରକ୍ରିୟାକୁ ବାରମ୍ବାର ପ୍ରଭାବିତ କରୁଥିବା ନେଇ ଚର୍ଚ୍ଚା ଜୋର ଧରିଛି ।
ଏହା ସହ କେନ୍ଦ୍ରମନ୍ତ୍ରୀଙ୍କ ଗାଡି ଭଙ୍ଗାରୁଜା ଘଟଣା : ସୁରେଶ ପୂଜାରିଙ୍କ ଅଭିଯୋଗ, ଚାପରେ ଦଫା ବଦଳାଇଲା ପୁୁଲିସ୍