ଜେଲରୁ ବାହାରିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଠକେଇ, ଜାଲିଆତି ମାମଲାରେ ହୋଇଥିଲେ ଗିରଫ ।

252

କନକ ବ୍ୟୁରୋ: ଜେଲରୁ ବାହାରିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ବହୁଦିନ ଧରି ଜେଲରେ ରହିବା ପରେ ଆଜି ସେ ଝାରପଡା ଜେଲରୁ ମୁକୁଳିଛନ୍ତି । ତେବେ ଆଜି ସେ ଜେଲରୁ ମୁକୁଳିବା ସମୟରେ ତାଙ୍କ ସାଙ୍ଗରେ ତାଙ୍କ ପତ୍ନୀ ରହିଥିବା ଦେଖିବାକୁ ମିଳିଥିଲା । ବିଭିନ୍ନ ମାମଲାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ ହୋଇ ଜେଲରେ ଥିଲେ । ଠକେଇ, ଜାଲିଆତି ଭଳି ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା । ତା ସହିତ ଅପରାଧିକ ଷଡଯନ୍ତ୍ର ନେଇ ମଧ୍ୟ ପ୍ରଦୀପଙ୍କ ବିରୋଧରେ ଅଭିଯୋଗ ଥିଲା । ହେଲେ ତାଙ୍କୁ ସର୍ତ୍ତମୂଳକ ଜାମିନ୍ ମିଳିବା ପରେ ସେ ଆଜି ଜେଲରୁ ବାହାରିଛନ୍ତି ।