କୁକୁଡା ମରା ଅଭିଯାନ ଆରମ୍ଭ : ପଶୁସଂପଦ ମନ୍ତ୍ରୀ କହିଲେ, କ୍ଷତିଗ୍ରସ୍ତଙ୍କୁ ମିଳିବ କ୍ଷତିପୂରଣ

125

କନକ ବ୍ୟୁରୋ : ପୁରୀ ବ୍ରହ୍ମଗିରି କୃଷ୍ଣପ୍ରସାଦ ବ୍ଲକରେ ଆଜିଠାରୁ କୁକୁଡା ମରା ଅଭିଯାନ ଆରମ୍ଭ ହୋଇଛି । ବିଭିନ୍ନ ଗାଁରେ ବାର୍ଡ ଫ୍ଲ ଚିହ୍ନଟ ହୋଇଥିବା କୃଷି ଓ ପଶୁ ସଂପଦ ମନ୍ତ୍ରୀ ପ୍ରଦୀପ ମହାରଥୀ କହିଛନ୍ତି । ପ୍ରତିକାର ପାଇଁ କୃଷ୍ଣପ୍ରସାଦକୁ ବିଶେଷଜ୍ଞ ଦଳ ଯାଇଛନ୍ତି । ବାର୍ଡ ଫ୍ଲୁ ଚିହ୍ନଟ ହୋଇଥିବା ଗାଁରେ ଗାତ ଖୋଳି କିଛି କୁକୁଡାକୁ ପୋତାଯାଇଛି । ଏବଂ କିଛି କୁକୁଡାକୁ ପୋଡା ଯାଇଛି ।

pradip maharathy

ଯେଉଁମାନଙ୍କର କ୍ଷତି ହୋଇଛି ସେମାନଙ୍କୁ କ୍ଷତିପୂରଣ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । କୁକୁଡା ମାରିବା ପାଇଁ ୧୦ଟି ରାପିଡ୍ ରେସପନ୍ସ ଟିମ୍ ଗଠନ କରାଯାଇଛି । ଏକ କିଲୋମିଟର ମଧ୍ୟରେ ଥିବା ସମସ୍ତ କୁକୁଡାକୁ ମରାଯିବ । କୁକୁଡା ଓ କାଉରେ ବାର୍ଡ ଫ୍ଲୁ ପଜିଟିଭି ମିଳିବା ପରେ ପଶୁସମ୍ପଦ ସଚିବ ସୂଚନା ଦେବାପରେ ଆଜିଠାରୁ କୁକୁଡା ମରା ଅଭିଯାନ ଆରମ୍ଭ ହୋଇଛି । ୨ଟି କୁକୁଡା ଓ ୨ଟି କାଉର ସାମ୍ପୁଲରୁ ବାର୍ଡ ଫ୍ଲୁ ଚିହ୍ନଟ ହୋଇଛି ।