ଲଣ୍ଡନର ପ୍ରସିଦ୍ଧ ମ୍ୟାଡମ୍ ତୁସାଦ୍ ମ୍ୟୁଜିୟମରେ ତେଲୁଗୁ ଷ୍ଟାର ପ୍ରଭାସଙ୍କ ମହମ ପ୍ରତିମୂର୍ତି ସ୍ଥାନ ପାଇବ । ପ୍ରଭାସ ହେଉଛନ୍ତି ପ୍ରଥମ ସାଉଥ୍ ଅଭିନେତା ଯାହାଙ୍କର ମୂର୍ତି ଏହି ମ୍ୟୁଜିୟମରେ ସ୍ଥାନ ପାଇବ ।
ବାହୁବଳୀ ନିର୍ଦେଶକ ଏସ ଏସ ରାଜମୈାଲୀ ଏ ନେଇ ଟ୍ୱିଟର ଜରିଆରେ ସୂଚନା ଦେଇଛନ୍ତି । ୨୦୧୭ ମାର୍ଚରେ ଏହି ମୂର୍ତିକୁ ଉନ୍ମୋଚନ କରାଯିବ । ଏହି ମ୍ୟାଡମ୍ ତୁସାଦ୍ ମ୍ୟୁଜିୟମରେ ପୂର୍ବରୁ ଅମିତାଭ ବଚ୍ଚନ , ଶାହାରୁଖ ଖାନ୍ ,ସଲମାନ ଖାନ୍ , ଐଶ୍ୱର୍ଯ୍ୟା ରାୟ ବଚ୍ଚନ , ହ୍ରିତିକ୍ ରୋଶନ, କରୀନା କପୁର ,ମାଧୁରୀ ଦିକ୍ଷୀତ୍ ନେନେ ,କାଟ୍ରିନା କେଫ୍ ଆଦି ବଲିଉଡ ଅଭିନେତା ଓ ଅଭିନେତ୍ରୀଙ୍କ ମହମ ମୂର୍ତି ସ୍ଥାନ ପାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/10/pp.png)