କନକ ବ୍ୟୁରୋ: ରାଜଧାନୀ ଦିଲ୍ଲୀରେ ମହଙ୍ଗା ହୋଇଛି ବଜୁଳି ଦର । ପିପିସି ( ପାୱାର ପରଚେଜ୍ ଏଗ୍ରୀମେଣ୍ଟ କଷ୍ଟ) ଦ୍ୱାରା ବିଦ୍ୟୁତ ଶୁଳ୍କ ଏକାବେଳକେ ୧୦ ପ୍ରତିଶତ ବୃଦ୍ଧି କରାଯାଇଛି । ହେଲେ ଯେଉଁଠି ଟିପିଡିଡିଏଲ (ଟାଟା ପାୱାର ଦିଲ୍ଲୀ ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍) ବିଦ୍ୟୁତ୍ ବିତରଣ କରୁଛି ସେଠାରେ ରହୁଥିବା ଲୋକଙ୍କୁ ଏଥିରୁ ଆଶ୍ୱସ୍ତି ମିଳିବ ।

Advertisment

ଆସନ୍ତା ୯ ମାସ ଯାଏଁ ବିୱାଇପିଏଲ ଉପଭୋକ୍ତାଙ୍କୁ ୯.୪୨% ଅତିରିକ୍ତ ତାରିଫ୍ ଭରଣା କରିବାକୁ ପଡିବ । ଅନ୍ୟପଟେ ବିଆରପିଏଲ ଉପଭୋକ୍ତାଙ୍କୁ ୬.୩୯% ଅତିରିକ୍ତ ତାରିଫ୍ ଭରଣା କରିବାକୁ ପଡିବ । ହେଲେ ଏନଡିଏମସି ଅଧିନରେ ଥିବା ଉପଭୋକ୍ତାଙ୍କୁ ୨% ଅତିରିକ୍ତ ତାରିଫ୍ ଭରଣା କରିବାକୁ ପଡିବ ।