ଶୀତଳ ଭଣ୍ଡାର ନଥିବାରୁ ଚିନ୍ତାରେ କାମାକ୍ଷାନଗର ଆଳୁଚାଷୀ । ଫସଲ ଅମଳ ପରେ କମ ଦାମରେ କରୁଛନ୍ତି ବିକ୍ରି । ସରକାର ସହାୟତା କରିବାକୁ ଅନୁରୋଧ ।

52

କନକ ବ୍ୟୁରୋ: ଚିନ୍ତାରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡର ଆଳୁଚାଷୀ । ଅମଳ ପରେ ସାଇତି ରଖିବା ପାଇଁ ବ୍ୟବସ୍ଥା ନାହିଁ । ଫଳରେ ଦର ଅଦରରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ଚାଷୀ। ରାଜ୍ୟରେ ଆଳୁର ଚାହିଦା ରହିଥିବା ବେଳେ ସରକାର ଏଥିପ୍ରତି ଦ୍ରୁଷ୍ଟି ଦେଉନଥିବାରୁ ଉଭୟ ଖାଉଟି ଓ ଚାଷୀ ସଙ୍କଟରେ ପଡିଛନ୍ତି। କାମାକ୍ଷାନଗର ଅଞ୍ଚଳରରେ କୁଳା, ମହୁଲପାଳ, କାଦୁଆ, ବାଲିଗୁରଡ, ବାଇଶିଙ୍ଘା, କଙ୍କଡାହାଡ, ମହାବିରୋଡ଼, ଦଶିପୁର ଆଦି ଗ୍ରାମରେ ସହ ସହ ଏକର ଜମିରେ ଆଳୁ ଚାଷ କରୁଛନ୍ତି ଚାଷୀ। । କିନ୍ତୁ ଶୀତଳଭଣ୍ଡାର ନଥିବାରୁ ଫସଲ ଅମଳ ପରେ ବିକ୍ରି ବଟାକୁ ନେଇ ଆଶା ଆଶଙ୍କାର କାଳ କାଟୁଛନ୍ତି ଚାଷୀ ।

ଚାଷୀଙ୍କ ଅଭିଯୋଗ ଅନୁସାରେ, ଏସବୁ ଅଂଚଳରେ ଶୀତଳ ଭଣ୍ଡାର ନ।ହିଁ । ତେଣୁ ଘରେ ଆଳୁ ରଖିଲେ ନଷ୍ଟ ହେବ।ର ଆଶଙ୍କା ରହିଛି । ଯଦି ଶୀତଳ ଭଣ୍ଡାର କରି ଆଳୁ ରଖି ହୁଅନ୍ତା, ତେବେ ରାଜ୍ୟରେ ଆଳୁ ସଂକଟ ଦେଖା ଦେବା ସମୟରେ କିଛି ମାତ୍ରାରେ ସହାୟକ ହୁଅନ୍ତା ବୋଲି କୁହାଯାଉଛି । ରାଜ୍ୟରେ ଆଳୁଦର ବୃଦ୍ଧି ଏକ ନିତିଦିନିଆ ହୋଇ ଗଲାଣି ଆଉ ଏହାକୁ ଆଖିରେ ରଖି ଶୀତଳଭଣ୍ଡାର ଅଧିକ ତିଆରି କଲେ ଚାଷୀମାନଙ୍କର କାମରେ ଆସିପାରନ୍ତା ବୋଲି ଚ।ସୀ ଦାବି କରିଛନ୍ତି।