ଆସିଲା ସେଲଫି ବେବୋଙ୍କ ପୋଷ୍ଟମର୍ଟମ ରିପୋର୍ଟ ! ମୁଣ୍ଡରେ ପଥର ମାଡ ଯୋଗୁଁ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ ।

ସେଲଫି ବେବୋ ସୀମରନଙ୍କ ପୋଷ୍ଟ ମର୍ଟମ ରିପୋର୍ଟ ଆସିଛି । ମୁଣ୍ଡରେ ପଥର ମାଡ ଯୋଗୁଁ ତାଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି ।

569

କନକ ବ୍ୟୁରୋ: ସେଲଫି ବେବୋ ସୀମରନଙ୍କ ପୋଷ୍ଟ ମର୍ଟମ ରିପୋର୍ଟ ଆସିଛି । ମୁଣ୍ଡରେ ପଥର ମାଡ ଯୋଗୁଁ ତାଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ସେହିପରି ସିମରନଙ୍କ ମୁଣ୍ଡ ଓ ଛାତିରେ ଆଘାତ ଥିବା ପୋଷ୍ଟମର୍ଟମ ରିପୋର୍ଟରେ ଉଲ୍ଲେଖ ଥିବା ବୁର୍ଲା ପୁଲିସ ସୂଚନା ଦେଇଛି । ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିଥିବାରୁ ଆଗକୁ ସିମରନଙ୍କ ମୃତ୍ୟୁର ଗୁମର ଫିଟିବା ସମ୍ଭାବନା ରହିଛି ।

ସୂଚନାଯୋଗ୍ୟ, ସମ୍ବଲପୁରୀ ଆଲବମର ଅନ୍ୟତମ ସଫଳ ଅଭିନେତ୍ରୀ ସିମରନଙ୍କ ମୃତଦେହକୁ ଗୁରୁବାର ପୁଲିସ ଜବତ କରିଥିଲା। ସିମରନ୍ ସିଂ ମୃତ୍ୟୁ ମାମଲାରେ ତାଙ୍କର ସ୍ୱାମୀ ଧ୍ରୁବରାଜ୍ ସୁନା ଓରଫ୍ ଯୁଗଙ୍କୁ ବଲାଙ୍ଗିର ଜିଲ୍ଲା ବେଲପଡ଼ା ପୁଲିସ୍ ଗିରିଫ କରିଛି । ପୋକ୍ସୋ ଆଇନ ଅନୁଯାୟୀ ତାଙ୍କ ନାମରେ ମାମଲା ରୁଜୁ ହୋଇଥିଲା।

ଶୁକ୍ରବାର ବେଲପଡ଼ା ପୁଲିସ୍ ଆଗରେ ଧ୍ରୁବ ସ୍ୱୀକାର କରିଥିଲେ ଯେ ସେ ସିମ୍ରନଙ୍କୁ ବାହା ହୋଇଥିଲେ। ଗୁରୁବାର ସମ୍ବଲପୁର ନିକଟ ଗୋଇରା ମଠ ପାଖ ମହାନଦୀ ପୋଲ ତଳୁ ସିମ୍ରନଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଯେଉଁ ସ୍ଥାନରେ ତାଙ୍କ ମୃତଦେହ ପଡ଼ିଥିଲା, ତା’ର ପାରିପାର୍ଶ୍ୱିକ ସ୍ଥିତିରୁ ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି।