ଚିନ୍ତା ବଢାଉଛି ୫ଜିଲ୍ଲା : ୫ଜିଲ୍ଲାର ସଂକ୍ରମଣ ହାର ୧୦ % ଉପରେ; ଖୋର୍ଦ୍ଧାରେ ସର୍ବାଧିକ ୧୩.୪%

1,158

କନକ ବ୍ୟୁରୋ : ରାଜ୍ୟର ଦୈନିକ କରୋନା ଆକ୍ରାନ୍ତ ସଂଖ୍ୟା କମିବା ସହ ସଂକ୍ରମଣ ହାର ମଧ୍ୟ କମି ଚାଲିଛି । ରାଜ୍ୟର ସଂକ୍ରମଣ ହାର ୫.୯୯ ପ୍ରତିଶତକୁ ଖସି ଆସିଛି । ଲକଡାଉନ ଅବଧି ଦିନକ ପରେ ଶେଷ ହେବାକୁ ଯାଉଥିବାବେଳେ ସଂକ୍ରମଣ ହାର କମିବା ଏକ ଭଲ ଖବର ବୋଲି କୁହାଯାଉଛି ।

ତେବେ ଚିନ୍ତା ବଢ଼ାଉଛନ୍ତି ଖୋର୍ଦ୍ଧା, ନୟାଗଡ, ପୁରୀ, କଟକ ଓ ଯାଜପୁର ଜିଲ୍ଲା । ଏହି ପାଂଚଟି ଜିଲ୍ଲାର ଟେଷ୍ଟ ପଜିଟିଭିଟି ରେଟ୍ ବା ସଂକ୍ରମଣ ହାର ୧୦ ପ୍ରତିଶତ ଉପରେ ରହିଛି । ଖୋର୍ଦ୍ଧାରେ ସର୍ବାଧିକ ୧୩ ଦଶମିକ ୪ ପ୍ରତିଶତ ରହିଥିବାବେଳେ ଯାଜପୁରରେ ୧୨ ଦଶମିକ ୮ ପ୍ରତିଶତ, ପୁରୀର ୧୧ ଦଶମିକ ୯, କଟକର ୧୦ଦଶମିକ ୨ ଓ ନୟାଗଡରେ ୧୦ ପ୍ରତିଶତ ରହିଛି । ତେବେ ୧୪ଟି ଜିଲ୍ଲାର ସଂକ୍ରମଣ ହାର ୫ ପ୍ରତିଶତ ତଳେ ରହିଛି ।