ସ୍ୱାଦରେ ଭରପୁର ପପକର୍ଣ୍ଣ ଖାଆନ୍ତୁ ଏବଂ ଓଜନ ହ୍ରାସ କରନ୍ତୁ !

41

ପପକର୍ଣ୍ଣ ଖାଇବାକୁ କାହକୁ ବା ଭଲ ନଲାଗେ । ପିଲାଠୁ ବୁଢ଼ା ପର୍ଯ୍ୟନ୍ତ ପ୍ରାୟ ସମସ୍ତେ ଟାଇମ ପାସ ପାଇଁ ତଥା ସିନେମା ଦେଖିଲା ବେଳେ ବା ଦୂର ସ୍ଥାନକୁ ଭ୍ରମଣ କରିବା ସମୟରେ ପପକର୍ଣ୍ଣ ଖାଇବାକୁ ଭଲ ପାଇଥାନ୍ତି । ଏହା ପ୍ରାୟ ସବୁ ସମୟରେ ମିଳିଥାଏ । ତେବେ ପପକର୍ଣ୍ଣ କେବଳ ସ୍ୱାଦିଷ୍ଟ ନୁହେଁ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ ଉପଯୋଗୀ । ଏଥିରେ ଫାଇବର, ଆଂଟି ଅକ୍ସିଡେଂଟ, ଭିଟାମିନ, କ୍ୟାଲସିୟମ, ଭାଙ୍ଗାନିଜ ଭଳି ଅନେକ ପୋଷକ ତତ୍ୱ ରହିଛି । ଅନେକ ଲୋକ ପପକଣ୍ଣ ତିଆରି କଲା ବେଳେ ତେଲ ବା ଘିଅ ବ୍ୟବହାର କରିଥାନ୍ତି, ଯାହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ଏଥିରୁ ବଂଚିବା ପାଇଁ ଲୁଣ ପ୍ରୟୋଗ କରନ୍ତୁ । ଏହା ହୃଦୟକୁ ସୁସ୍ଥ ରଖିଥାଏ । ଏହା ବ୍ୟତୀତ ସ୍ୱାସ୍ଥ୍ୟର ଅନେକ ସମସ୍ୟାରୁ ରକ୍ଷା କରିବାରେ ସହାୟତା ହୋଇଥାଏ ପପକର୍ଣ୍ଣ । ତେବେ ଆସନ୍ତୁ ଜାଣିବା ଭଜା ମକା ମଞ୍ଜିର ଉପକାରିତା ବିଷୟରେ ।

 

କୋଲେଷ୍ଟ୍ରଲ ହ୍ରାସ କରେ – ପ୍ରତିଦିନ ୫ରୁ ୩ ଜଣ ବ୍ୟକ୍ତି କୋଲେଷ୍ଟ୍ରଲ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି । ଏହି ସମସ୍ୟାରୁ ବଂଚିବା ପାଇଁ ନିୟମିତ ପପକଣ୍ଣି ଖାଆନ୍ତୁ । ଏହାଦ୍ୱାରା ଫାଇବରର ମାତ୍ରା ଅଧିକ ହୋଇ କୋଲେଷ୍ଟ୍ରଲ କମ କରିପାରେ । ଏହାଦ୍ୱାର ହୃଦ ଘାତ ସମସ୍ୟାରୁ ରକ୍ଷା ମଦ୍ଦ କରିଥାଏ ।

ପାଚନ କ୍ରିୟାକୁ ମଜବୁତ କରିବା- ପପକର୍ଣ୍ଣ ଖାଇବା ଦ୍ୱାରା ପାଚନ ପ୍ରକ୍ରିୟା ମଜବୁତ ହୁଏ । ସପ୍ତାହରେ ତିନି ଥର ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ଓ ଏସିଡିଟି ଭଳି ସମସ୍ୟାରୁ ରକ୍ଷା ଦେଇଥାଏ ।

କ୍ୟାନସର ସମସ୍ୟା – ପପକର୍ଣ୍ଣରେ ଶକ୍ତିଶାଳୀ ଆଂଟି ଅକ୍ସିଡେଂଟ ରହିଛି । ଶରୀରକୁ ଏହି ପୋଷକ ତତ୍ୱ ଖୁବ ଜରୁରୀ । ଏ ଆଂଟି ଅକ୍ସିଡେଂଟ କର୍କଟ ରୋଗ ହେଉଥିବା କୋଷକୁ ବଢାଇବା ପାଇଁ ଦିଏ ନାହିଁ ।

ଓଜନ ହ୍ରାସ – ପପକର୍ଣ୍ଣରେ ବହୁତ କମ୍ ମାତ୍ରାରେ କ୍ୟାଲେରୀ ଥାଏ । ସେଥିପାଇଁ ଯେତେବେଳେ ବି ଆପଣଙ୍କୁ ଭୋକ ଲାଗୁଛି ପପକଣ୍ଣ ଖାଆନ୍ତୁ । ଏହା ଦ୍ୱାରା ଆପଣଙ୍କ ଭୋକ ବି ମେଂଟିବ ଓ ଓଜନ ହ୍ରାସ ମଧ୍ୟ କରିବାରେ ସହାୟତା କରିବ ।

ହାଡ଼କୁ ମଜବୁତ କରିବା – ଏଥିରେ ମାଙ୍ଗାନିଜ ଥିବାରୁ ହାଡ଼କୁ ମଜବୁତ କରିବାରେ ସହାୟତା ହୋଇଥାଏ । ଏହାକୁ ନିୟମିତ ଖାଇବା ଦ୍ୱାରା ହାଡ଼ ସ୍ୱାସ୍ଥ୍ୟ ସୁସ୍ଥ ରୁହେ ।