ପନିପରିବାର ଅଭାବୀ ବିକ୍ରି: ଚିନ୍ତାରେ ପଡିଛନ୍ତି ଟମାଟୋ ଚାଷୀ । ଆଠଗଡରେ ଟମାଟୋ ଦର ୨ ଟଙ୍କା, କୁଚିଣ୍ଡାରେ ବି ସମାନ ସ୍ଥିତି

74

କନକ ବ୍ୟୁରୋ: ବହୁ ପରିଶ୍ରମ କରି ମୁଣ୍ଡ ଝାଳ ତୁଣ୍ଡରେ ମାରି ଚାଷ କରେ ଚାଷୀ । ଆଉ ତାକୁ ବିକିବାକୁ ମଧ୍ୟ ବହୁତ ପରିଶ୍ରମ କରିବାକୁ ପଡିଥାଏ । ସେ ପନିପରିବା ହେଉ ବା ଫଳମୁଳ, ସବୁଥିରେ ଚାଷୀ କୁ କେତେବେଳେ ଭଲ ଦୁଇ ପଇସା ମିଳିଥାଏ ତ ଆଉ କେତେବେଳେ ଅଭାବୀ ବିକ୍ରି ର ଶିକାର ହୋଇଥାଏ । ବର୍ତମାନ ସେଭଳି ସ୍ଥିତି ଦେଖାଦେଇଛି ଟମାଟୋ ଚାଷୀ ଙ୍କ ଉପରେ । କେଉଁଠି ପାଂଚ ଟଙ୍କା ତଳେ କିଲୋପ୍ରତି ବିକ୍ର ହେଉଛିତ ଆଉ କେଇଁଠି ଗ୍ରାହକ ନାହାଁନ୍ତି । ଫଳରେ ଚାଷୀ ତାର ମୁଳ ପାଇବକି ନାହିଁ ସେ ଚିନ୍ତାରେ ଥିବା ବେଳେ ସମ୍ବଲପୁର ଜିଲ୍ଲା କୁଚିଣ୍ଡାରେ ବି ସମାନ ପରିସ୍ଥିତି ।

ଆଠଗଡ଼ରେ ପନିପରିବାର ଅଭାବୀ ବିକ୍ରି । ଟମାଟୋ କିଲୋ ପିଛା ୨ଟଙ୍କା ହୋଇଥିବାରୁ ମୁଣ୍ଡରେ ହାତ ଦେଇ ବସିଛି ଚାଷୀ । ଶୀତଳ ଭଣ୍ଡାରଟିଏ ପାଇଁ ଦାବି କରୁଥିଲେ ମଧ୍ୟ ସରକାର ସାଜିଛନ୍ତି ନିରବ ଦ୍ରଷ୍ଟ । ଫଳରେ ରାସ୍ତା ଉପରେ ଟମାଟୋ ଢାଳି ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି ଚାଷୀ । ଚାଷୀ ମାନେ ମୁଣ୍ଡ ଝାଳ ତୁଣ୍ଡରେ ମାରି ବିଲରେ ଟମାଟୋ, ପତ୍ରକୋବି, ଫୁଲକୋବି ଓ ବାଇଗଣ ଭଳି ପନିପରିବା ଚାଷ କରିଛନ୍ତି ।

କିନ୍ତୁ ବଜାରର ମାନ୍ଦାବସ୍ତା ଯୋଗୁଁ ପନିପରିବା ରେଟ ନଥିବାରୁ କ୍ଷତି ସହୁଛନ୍ତି ଚାଷୀ । ଚାଷୀର ମଜୁରୀ ଟଙ୍କା ତ ଦୁରର କଥା ମୁଳ ଟଙ୍କା ମଧ୍ୟ ଉଠୁନଥିବା ଚାଷୀ ଅଭିଯୋଗ କରିଛି । ଶିତଳଭଣ୍ଡାରଟିଏ ଥିଲେ ଲୋକେ ଉପକୃତ ହୋଇପାରନ୍ତେ ବୋଲି ସାଧାରଣରେ ଦାବି ହୋଇଛି ।