ପ୍ରଦୂଷଣ ନେଉଛି ଜୀବନ । ବିଶ୍ୱରେ ୯୦ ଲକ୍ଷ ଲୋକଙ୍କ ମୃତ୍ୟୁ ।

164

କନକ ବ୍ୟୁରୋ: ପ୍ରଦୂଷଣ ନେଉଛି ଜୀବନ । ସରକାର ସଚେତନ ଅଭିଯାନ ଓ କଡ଼ା ନିୟମ ଲାଗୁ କରୁଛନ୍ତି କିନ୍ତୁ ଏହା ଭିତରେ ଗୋଟିଏ ବର୍ଷରେ ୯୦ଲକ୍ଷ ଲୋକଙ୍କ ଜୀବନ ନେଇସାରିଲାଣି ପ୍ରଦୂଷଣ । ଖବରଟି ଯେତିକି ଆଶ୍ଚଯ୍ୟ ଜନକ ସେତିକି ଚିନ୍ତାର ବିଷୟ । ସ୍ୱାସ୍ଥ୍ୟ ଓ ପ୍ରଦୂଷଣ ଉପରେ ମେଡିକାଲ ଜର୍ଣ୍ଣାଲ ଦ ଲାନସେଟର ଅଧ୍ୟୟନ ଦେଇଛି ଏହି ଚାଂଚଲ୍ୟକର ତଥ୍ୟ । ୨୦୧୯ ମସିହାରେ ପ୍ରଦୂଷଣ ପାଇଁ ୧ ଲକ୍ଷ କି ଦୁଇ ଲକ୍ଷ ନୁହେଁ ,ବଂର ଯାଇଛି ପୂରା ୯୦ଲକ୍ଷ ଲୋକଙ୍କ ଜୀବନ । ଦ ଲାନସେଟ ପ୍ଲାନେଟେରୀ ହେଲଥ ଜର୍ଣ୍ଣାଲରେ ପ୍ରକାଶିତ ଏକ ନୂଆ ଅଧ୍ୟୟନରେ ଏମିତି ଚକିତ କରିବା ଭଳି ଖବର ସାମ୍ନାକୁ ଆସିଛି । ସିଗାରେଟ ଟାଣିବା, ଘର ଭିତରେ ଜଳାଉଥିବା ପାରମ୍ପରିକ ଚୁଲି, ଓ ପ୍ରଦୂଷିତ ଜଳ ଯୋଗୁଁ ମଧ୍ୟ ମୃତ୍ୟୁ ଘଟୁଥିବା ଅଧ୍ୟୟନରୁ ଜଣାପଡିଛି । ତେବେ ସବୁଠୁ ଅଧିକ ଘାତକ ହେଉଛି ବାୟୁପ୍ରଦୁଷଣ । ଦ ଲାନସେଟ ରିର୍ପୋଟର ଅଧ୍ୟୟନ କହୁଛି:

୨୦୧୯ ମସିହାରେ ପ୍ରଦୂଷଣ ଯୋଗୁଁ ବିଶ୍ୱରେ ୯୦ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଛି
ମୃତକଙ୍କ ଭିତରୁ ଅଧିକାଂଶ ଭାରତ ଓ ଚୀନ ନାଗରିକ
ପ୍ରଦୂଷଣ ମୃତ୍ୟୁ ମାମଲାରେ ୭ମ ସ୍ଥାନରେ ଆମେରିକା ରହିଛି
୨୦୦୦ ମସିହାରୁ ପ୍ରଦୂଷଣ ମୃତ୍ୟୁ ଉପରେ ଗବେଷଣା ଆରମ୍ଭ ହୋଇଥିଲା ।
୨୦୧୫ ମସିହାରେ ଭାରତରେ ପ୍ରଦୂଷଣ ଯୋଗୁଁ ୨୫ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଛି ।
୨୦୧୯ ମସିହାରେ ଦେଶରେ ୨୪ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥିଲା । ।
କେବଳ ବାୟୁ ପ୍ରଦୂଷଣ ଯୋଗୁଁ ୧୬ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଛି
୫ଲକ୍ଷ ଲୋକଙ୍କ ଜୀବନ ନେଇଛି ଜଳ ପ୍ରଦୂଷଣ ।
୪ଲକ୍ଷ ଲୋକଙ୍କ ମୃତ୍ୟୁ ଅନ୍ୟାନ୍ୟ ପ୍ରଦୂଷଣ ପାଇଁ ହୋଇଛି ।
ଚୀନରେ ପ୍ରଦୂଷଣ ଯୋଗୁଁ ୨୦୧୫ ମସିହାରେ ୧୮ଲକ୍ଷ ଲୋକଙ୍କ ମୃତ୍ୟୁ
୨୦୧୯ରେ ୨୨ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଛି ।
ଏଥିସହ ଏହି ଚାଂଚଲ୍ୟକର ଅଧ୍ୟୟନ ଏକଥା ମଧ୍ୟ କହିଛି ଯେ—-ବିଶ୍ୱରେ ପ୍ରତି ୬ ଜଣ ମୃତକଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ପ୍ରଦୂଷଣ ପାଇଁ ହେଉଛି । ୨୦୧୯ରେ ଗୋଟିଏ ଦିନରେ ୬୫ହଜାର ଲୋକଙ୍କ ମୃତ୍ୟୁ ହୋଇଛି । ସବୁଠୁ ଗମ୍ଭୀର ସ୍ଥିତିରେ ରହିଛି ବାୟୁ ଓ ଜଳ ପ୍ରଦୂଷଣ ।
ଆଗାମୀ ଦିନରେ ପ୍ରଦୁଷଣ ଜନିତ ମୃତ୍ୟୁ ସଂଖ୍ୟା କମିବା ସମ୍ଭାବନା କମ ରହିଛି । ଲୋକଙ୍କ ମଧ୍ୟରେ ସଚେତନ କାର୍ଯ୍ୟକ୍ରମ କରାଯିବା ସତ୍ୱେ ପ୍ରଦୂଷଣରେ ରୋକିବା ଦିଗରେ ଏହା କିଛି ବଡ ଭୂମିକା ନିର୍ବାହ କରୁନି ।ତେଣୁ ଭବିଷ୍ୟତର ବଡ ବିପତିର ମୁକାବିଲା ପାଇଁ ଆମକୁ ସଜାଗ ରହିବାକୁ ପଡିବ ।