ଉଷୁନା ଚାଉଳକୁ ନେଇ ରାଜନୀତି । ବିଜେପି ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲା ବିଜେଡି । କହିଲା, ଖରିଫ ସିଜିନରେ ୫୦ ପ୍ରତିଶତ ଚାଉଳ ସଂଗ୍ରହ ପାଇଁ କେନ୍ଦ୍ର ଲେଖିଛି ଚିଠି । 

115

କନକ ବ୍ୟୁରୋ : ଉଷୁନା ଚାଉଳ ସଂଗ୍ରହକୁ ନେଇ ବିଜେପି ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି । ଦଳ କହିଛି, କେନ୍ଦ୍ର ଚିଠି ଲେଖିଛି କେବଳ ଖରିଫ ସିଜିନରେ ୫୦ ପ୍ରତିଶତ ଚାଉଳ ସଂଗ୍ରହ କରିବେ ।  ରବି ସିଜିନ ପାଇଁ କିଛି କରିବେ ନାହିଁ । ଓଡିଶା ପାଇଁ ଏହା ଏକ ଚଡକ ।  ୨୦୧୯-୨୦୨୦ରେ ଖରିଫରେ  ୫୩ ଓ ରବିରେ  ୭୦ ଲକ୍ଷ ଟନ ଉତ୍ପାଦନ ହୋଇଥିଲା ।

ବର୍ତମାନ ୪୮ ମେଟ୍ରିକ ଟନ୍ ପାର୍ ବଏଲଡ ରାଇସ ରହିଛି ।  ୨୦୨୦-୨୧ ୩୫ ଲକ୍ଷ ଟନର ଧାନ ସଂଗ୍ରହ ହୋଇସାରିଲାଣି । ମୋଟ ୮୨ ଲକ୍ଷ ମେଟ୍ରିକ ଟନ ଟାର୍ଗେଟ ରହିଛି ।  ସେପ୍ଟେମ୍ବର ୨୦୨୦ ସୁଦ୍ଧା  ୨୮ ଶହ ୫୦କୋଟି  ମିଳିବା କଥା । କିନ୍ତୁ ଏ ଯାଏଁ ଦେଇନି କେନ୍ଦ୍ର ।  ମୋଟ ବକେୟା ୬ ହଜାର ୫ଶହ ୫୦ କୋଟି ରହିଛି । ବିଜେପି ଲୋକଙ୍କୁ ଭୁଆଁ ବୁଲାଉଛି । ଚାଷୀଙ୍କ ପାଇଁ କିଛି କରିବାର ଅଛି ତେବେ ସ୍ୱାମୀନାଥନ କମିଟି ରିପୋର୍ଟ ଲାଗୁ ହେଉ ବୋଲି ଦାବି କରିଛି ବିଜେଡି ।