ଅର୍ଚ୍ଚନାଙ୍କ ନାଗଫାଶକୁ ନେଇ ଥମୁନି ରାଜନୀତି, ଶାସକ ଦଳକୁ ଟାର୍ଗେଟ କଲେ ପିସିସି ସଭାପତି

ଅର୍ଚ୍ଚନା ମାମଲାରେ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ଝଟକା : ଜଗବନ୍ଧୁଙ୍କ ଜାମିନ ଖାରଜ କଲେ ଭୁବନେଶ୍ୱର ଏଡିଜେ-୨ କୋର୍ଟ

କନକ ବ୍ୟୁରୋ: ଧାମନଗର ଉପନିର୍ବାଚନକୁ ନେଇ ତିନି ପ୍ରମୁଖ ଦଳ ଏବେ ପରସ୍ପର ଉପରେ ଦୋଷ ଲଦାଲଦି ହେଉଥିବା ବେଳେ ଆଜି ଅର୍ଚ୍ଚନା ନାଗ ମାମଲାକୁ ନେଇ ତିନି ଦଳ ମୁହାଁମୁହିଁ ପରିସ୍ଥିତିକୁ ଆସିଛନ୍ତି । କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ସାମ୍ବାଦିକ ସମ୍ମିଳନୀ କରି ବିଜେପି ଏବଂ ବିଜେଡିକୁ ଟାର୍ଗେଟ କରିଛନ୍ତି । ଏହି ମାମଲାରେ ବଡ ବଡ ନେତାଙ୍କ ସମ୍ପକ୍ତି ନେଇ ତଥ୍ୟ ରହିଥିଲେ ବି ପୁଲିସ ଜାଣିଶୁଣି କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗ କରିଛନ୍ତି ଶରତ । ଏହାର ଜବାବ ରଖିଛନ୍ତି ବିଜେପି ଏବଂ ବିଜେଡି । ବିଜେପି କହିଛି ବିଜେଡି ସବୁ ଜାଣିନଜାଣିଲା ଭଳି ଅଭିନୟ କରୁଛି । ବିଜେଡି କହିଛନ୍ତି, ଧାମନଗର ଉପନିର୍ବାଚନରେ ଦୁଇ ରାଷ୍ଟ୍ରୀୟ ଦଳ ପାଖରେ କୌଣସି ପ୍ରସଙ୍ଗ ନ ଥିବାରୁ ଏଭଳି ପ୍ରସଙ୍ଗକୁ ସେମାନେ ଗୁରୁତ୍ୱ ଦେଉଛନ୍ତି ଯେଉଁଥିରେ ସତ୍ୟ କିମ୍ବା ତଥ୍ୟ ନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe