କନକ ବ୍ୟୁରୋ : ୨୦୧୯ ନିବାର୍ଚନ ପୁର୍ବରୁ ୫ଟି ରାଜ୍ୟରେ ବିଧାନସଭା ନିବାର୍ଚନ ଏଗଜିଟ ପୋଲ ସର୍ଭେ ରିପୋର୍ଟ ସାମନାକୁ ଆସିଛି । ପୋଲ ସର୍ଭେ ଅନୁସାରେ ରାଜସ୍ଥାନରେ କଂଗ୍ରେସକୁ ମିଳିପାରେ କ୍ଲିନ ସ୍ୱିପ୍ । ସେପଟେ ମଧ୍ୟପ୍ରଦେଶ ଓ ଛତିଶଗଡରେ ମଧ୍ୟ କଂଗ୍ରେସ ଆଗରେ ରହିପାରେ ବୋଲି କୁହାଯାଉଛି । ସେହିପରି ତେଲେଙ୍ଗାନାରେ ଗାଦି ବଜାୟ ରଖିବ ଟିଆରଏସ୍ । ଏହାକୁ ନେଇ ରାଜନୀତିରେ ବଢ଼ିବାରେ ଲାଗିଛି ଉଷ୍ମତା ।
Kanak News is now on WhatsApp
Join and get latest news updates delivered to you via WhatsApp
ଜାତୀୟ ରାଜନୀତିରେ ଏଗଜିଟ୍ ପୋଲ୍ ! ଦେଶର ପସନ୍ଦ ମୋଦି ନା ରାହୁଲ୍ ? ରାଜସ୍ଥାନ, ତେଲେଂଗାନାରେ ମତଦାନ ଶେଷ ହେବା ପରେ ବିଭିନ୍ନ ସଂସ୍ଥା ନିଜର ସର୍ଭେ ରିପୋର୍ଟ ପ୍ରକାଶ କରିଛନ୍ତି । ସର୍ଭେ ରିପୋର୍ଟ ଅନୁଧ୍ୟାନ କଲେ ବିଜେପିକୁ ଏକ ବଡ ଧରଣର ଝଟକା ଲାଗିବ ବୋଲି ଅନୁମାନ କରାଯାଉଛି । ଯାହା ୨୦୧୯ ନିର୍ବାଚନକୁ ପ୍ରଭାବିତ କରିବାର ସର୍ବାଧିକ ଆଶଙ୍କା ରହିଛି ।
ଏଗଜିଟ ପୋଲ୍ ସତ ହେଲେ କ’ଣ ମିଳିବ ସଙ୍କେତ ?
– ଏଗଜିଟ୍ ପୋଲ୍ ଯଦି ସତ ହୁଏ ତେବେ ଏହା ରାହୁଲ ଗାନ୍ଧୀଙ୍କ ନେତୃତ୍ୱର ସବୁଠୁ ବଡ଼ ବିଜୟ ହେବ ଓ ୨୦୧୯ ନିର୍ବାଚନରେ ରାହୁଲ ଗାନ୍ଧୀ ପୂର୍ବଠାରୁ ଅଧିକ ଗ୍ରହଣୀୟ ହେବେ ।
– ତେଲେଙ୍ଗାନାରେ କଂଗ୍ରେସ ଟିଡ଼ିପି ସହ ମେଂଟ କରିଥିବା ବେଳେ ଟିଆରଏସ୍ କ୍ଷମତାକୁ ଆସିବା ଭବିଷ୍ୟତରେ ଏଭଳି ମେଂଟର ସଫଳତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିବ ।
– ରାଜସ୍ଥାନରେ ବସୁନ୍ଧରାଙ୍କୁ ହଟାଇବାକୁ ସ୍ୱର ଉଠୁଥିବା ବେଳେ କେନ୍ଦ୍ରୀୟ ନେତୃତ୍ୱ ଏହାକୁ ଅଣଦେଖା କରିଆସିଛି ଓ ଏଗଜିଟ୍ ପୋଲ୍ ସତ ହେଲେ ଏହା ବସୁନ୍ଧରାଙ୍କ ଅଡୁଆ ବଢ଼ାଇବ ।
– ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ ଆଦି ରାଜ୍ୟରେ ଆଂଚଳିକ ଦଳଗୁଡ଼ିକ ଗୁରୁତ୍ୱ ହରାଇବେ ଓ କଂଗ୍ରେସଠୁ ଅଲଗା ହେବା ମାୟାବତୀ ଓ ଅଖିଳେଶଙ୍କ ପାଇଁ ମହଙ୍ଗା ପ୍ରମାଣିତ ହେବ ।
– ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ ପରି ବିଜେପି ଶାସିତ ରାଜ୍ୟ଼ରେ କଂଗ୍ରେସ ଜିତିଲେ ମୋଦି ବ୍ରାଣ୍ଡର ଲୋକପ୍ରିୟତା କମୁଥିବା ପ୍ରମାଣିତ ହେବ ଓ ଏହା ୨୦୧୯କୁ ପ୍ରଭାବିତ କରିବ । ଏବେ ଅପେକ୍ଷା ୧୧ ତାରିଖକୁ, ଫଳାଫଳ ଘୋଷଣା କହିବ କଣ ହେବ ୨୦୧୯ର ରୂପରେଖ ।