ଯାଆଁଳା ଫାଣ୍ଡି ପରିସରରେ ଗାଡି ଭିତରୁ ନରକଙ୍କାଳ ମିଳିବା ଘଟଣା । ପରିଚୟ ଖୋଜିବା ପାଇଁ ସ୍କେଚ୍ ତିଆରି କରିବ ପୋଲିସ ।

128

କନକ ବ୍ୟୁରୋ: ଯାଆଁଳା ଫାଣ୍ଡି ପରିସରରେ ଏକ ସିଜ ଗାଡିରୁ ମିଳିଥିବା କଙ୍କାଳର ପରିଚୟ ଖୋଜିବ ପୋଲିସ । ଏଥିପାଇଁ ଜବତ କଙ୍କାଳର ସ୍କେଚ ତିଆରି ହେବ । ସେହିପରି ଖପୁରୀ ଓ କଙ୍କାଳର ଫଟୋ ହାଇଦ୍ରାବାଦ ପଠାଯିବ ବୋଲି ଜଣାପଡିଛି । ତେବେ ଏହି ଘଟଣା ପୋଲିସ ଉପରେ ସନ୍ଦେହକୁ ବଢାଇ ଦେଇଛି । ୨୦୧୯ରୁ ସିଜ୍ ଗାଡିଟି ପୋଲିସ ଫାଣ୍ଡି ପରିସରରେ ଥିଲେ ମଧ୍ୟ ଏଥିରେ କାହାରି ମୃତଦେହ ଥିବା କେହି ଜାଣିପାରିଲେ ନାହିଁ କିପରି, ତାକୁ ନେଇ ସନ୍ଦେହ ଉଠୁଛି ।

କେବଳ ଫାଣ୍ଡି ଅଧିକାରୀଙ୍କୁ ନିଲମ୍ବିତ କରିଦିଆଯାଇଛି । ହେଲେ ପ୍ରଶ୍ନ ଉଠୁଛି, ରାଜଧାନୀରୁ ମୁଣ୍ଡ ବିହୀନ ମୃତଦେହ ମିଳିବା ଘଟଣାରେ କମିଶନରେଟ ପୋଲିସ ଯେଉଁ ତତ୍ପରତା ଦେଖାଇଥିଲା, କଙ୍କାଳ ମିଳିବା ଘଟଣାରେ ସେହି ତତ୍ପରତା କାହିଁକି ପ୍ରକାଶ କଲାନାହିଁ । ବିଶେଷ କରି ତତକାଳୀନ ପୋଲିସ କମିଶନର ଯେତେବେଳେ ମୁଣ୍ଡ ବିହୀନ ମୃତଦେହ ବାବଦରେ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଉଥିଲେ, ଏହି ପ୍ରସଙ୍ଗରେ ପଦୁଟିଏ ମଧ୍ୟ କହିନଥିଲେ କାହିଁକି ? ଫେବ୍ରୁଆରୀ ୧୨ ତାରିଖରୁ ସିଜ ଗାଡିରୁ କଙ୍କାଳ ମିଳିଥିଲେ ମଧ୍ୟ ଏନେଇ ବରିଷ୍ଠ ଅଧିକାରୀମାନେ ଚୁପ ଥିଲେ କାହିଁକି ?