ପୋଲିସ ପଞ୍ଝାରେ ଧଳାଜହର ବେପାରୀ । ଭୁବନେଶ୍ୱର କେଶୁରାର ଏକ ଘରୁ ୩୪ ଲକ୍ଷରୁ ଅଧିକ ଟଙ୍କା ସହ ୫୫୦ ଗ୍ରାମର ବ୍ରାଉନସୁଗାର ଜବତ, ୨ ଜଣଙ୍କୁ ଗିରଫ କଲା ପୋଲିସ ।

164

କନକ ବ୍ୟୁରୋ : ପୋଲିସ ପଞ୍ଝାରେ ବ୍ରାଉନସୁଗାର ବେପାରୀ । ଭୁବନେଶ୍ୱର ସହିଦନଗର ଥାନା କେଶୁରାର ଏକ ଘରୁ ୫୫୦ ଗ୍ରାମର ଧଳାଜହର ଜବତ କରାଯାଇଛି । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୫୫ ଲକ୍ଷ ଟଙ୍କା । ସବୁଠୁ ବଡ କଥା ହେଲା, ବ୍ରାଉନ ସୁଗାର ଜବତ ସହ ପାଖାପାଖି ୩୪ ଲକ୍ଷ ୮୦ ହଜାର ଟଙ୍କା ମଧ୍ୟ କମିଶନରେଟ ପୋଲିସ ଜବତ କରିଛି । ଘଟଣାରେ ସମ୍ପୃକ୍ତ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଜଣେ ମହିଳା ଓ ଜଣେ ଯୁବକଙ୍କୁ ପୋଲିସ ଗିରଫ କରିଛି । ତେବେ ପୋଲିସର ଚଢାଉ କରିବା କ୍ଷଣି ବହୁ ପରିମାଣର ବ୍ରାଉନସୁଗାର ନଷ୍ଟ କରାଯାଇଥିବା କହିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।

ଜବତ ବ୍ରାଉନସୁଗାରର ଜଳେଶ୍ୱର ଲିଙ୍କ୍ ରହିଛି । ଗିରଫ ହୋଇଥିବା ଯୁବକଙ୍କ ଜଳେଶ୍ୱର ଲିଙ୍କ୍ ରହିଥିବା କହିଛନ୍ତି ପୋଲିସ କମିଶନର । ସବୁଠୁ ବଡ କଥା ହେଲା, କଟକ ଓ ଭୁବନେଶ୍ୱରରୁ ଗତ ୪ ମାସ ମଧ୍ୟରେ ୫ କେଜିରୁ ଅଧିକ ବ୍ରାଉନସୁଗାର ଜବତ କରାଯାଇଛି । ତେବେ ଏତେ ପରିମାଣରର ବ୍ରାଉନସୁଗାର ଓ ଟଙ୍କା ଜବତ ପୋଲିସ ବିଭାଗକୁ ମଧ୍ୟ ଆଶ୍ଚର୍ଯ୍ୟଚକିତ କରିଛି । ତେବେ ଭୁବନେଶ୍ୱର ଓ କଟକକୁ ବ୍ରାଉନସୁଗାର ମୁକ୍ତ କରିବାକୁ ପୋଲିସ ପକ୍ଷରୁ ଏଭଳି ଅଚାନକ ଚଢାଉ କରାଯିବ ବୋଲି କହିଛନ୍ତି ପୋଲିସ କମିଶନର ।