ନୂଆବର୍ଷ ପାଇଁ ଟୁଇନ ସିଟରେ ନଜର ରଖିବ ପୋଲିସ । ଟାର୍ଗେଟରେ ରହିବ ହୋଟେଲ ଓ ବାର । ହେବନି ଜିରୋ ନାଇଟ ସେଲିବ୍ରେସନ । 

161

କନକ ବ୍ୟୁରୋ : କୋଭିଡ ଭୟ ଭିତରେ କେମିିତି ପାଳନ ହେବ ନୂଆବର୍ଷ । ନୂଆ ବର୍ଷକୁ ନେଇ ଦୈତନଗରୀରେ କଡା ସୁରକ୍ଷା ବନ୍ଦୋବସ୍ତ କରୁଛି କମିଶନରେଟ ପୁଲିସ । ଜିରୋ ନାଇଟ ସେଲିବ୍ରେସନ ଉପରେ କଟକଣା ଲଗାଯାଇଛି । ବିଶେଷକରି କଟକ ଏବଂ ଭୁବନେଶ୍ୱରରେ ଥିବା ହୋଟେଲ୍, ପବ୍, ମଣ୍ଡପ ଏବଂ ବାର ଗୁଡିକ ପୁଲିସ ସ୍କାନରରେ ରହିବ । ଏହି ସବୁ ସ୍ଥାନରେ ଜିରୋ ନାଇଟ୍କୁ ବ୍ୟାନ୍ କରାଯାଇଥିବା ବେଳେ ଗୋଟିଏ ଜାଗାରେ ଯେପରି ଗହଳି କିମ୍ବା ସେଲିବ୍ରେସନ୍ ନହୁଏ ତା’ ଉପରେ କଡା ନଜର ରହିବ ।

ବିଗତ ବର୍ଷମାନଙ୍କ ଭଳି ଚଳିତ ବର୍ଷ ଟ୍ୱିନ୍ସିଟିରେ ନୂଆବର୍ଷକୁ ସ୍ୱାଗତ କରିବା ପାଇଁ ଜିରୋ ନାଇଟ୍ ସେଲିବ୍ରେସନ୍ ହେବ ନାହିଁ ।  ଜିରୋ ନାଇଟ ଉପରେ ନଜର ରଖିବାକୁ ସୁରକ୍ଷା ବ୍ୟବସ୍ଥା ବଢାଇବ କମିଶନରେଟ ପୁଲିସ । ଭିଡ ନିୟନ୍ତ୍ରଣ ପାଇଁ ବିଭିନ୍ନ ସ୍ଥାନରେ ପୁଲିସ ନାକାବନ୍ଦୀ କରିବ ସହ କଡା ପାଟ୍ରୋଲିଂ କରିବ ବୋଲି ସୂଚନା ମିଳିଛି ।

ଟ୍ୱିନ୍ ସିଟିରେ ଥିବା ସମସ୍ତ ଥାନା ଗୁଡିକୁ ଆଲର୍ଟ ରହିବା ପାଇଁ ପୁଲିସ କମିଶନର ନିର୍ଦେଶ ଦେଇଛନ୍ତି । ମଦୁଆ ଏବଂ ରୋଡ ରୋମିଓଙ୍କୁ ସାବାଡ କରିବା ପାଇଁ ବିଭିନ୍ନ ଛକରେ ପାଟ୍ରୋଲିଂ ଏବଂ ନାକାବନ୍ଦୀ କରାଯିବ । ପାଟ୍ରୋଲିଂ ଦାୟିତ୍ୱରେ ଆଇଆଇସି, ଏସିପି, ଆଡିସନାଲ ଡିସିପି, ଡିସିପି ରହିବେ । ନୀୟମ ଖିଲାପକାରୀ ବିରୋଧରେ ଘଟଣାସ୍ଥଳରେ ହିଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।