ତାଲାବନ୍ଦ ବେଳେ ଘରକୁ ଯାଇ ଅଭିଯୋଗ ଶୁଣିଲା କମିସନରେଟ ପୋଲିସ । ଫୋନରେ ଅଭିଯୋଗ ପାଇ ଘରକୁ ଯାଇ ଏତଲା ଆଣିଲେ ନୟାପଲ୍ଲୀ ଥାନା ଅଧିକାରୀ ।

174

କନକ ବ୍ୟୁରୋ : ତାଲାବନ୍ଦ ବେଳେ ଘରକୁ ଯାଇ ଅଭିଯୋଗ ଶୁଣିଲା କମିସନରେଟ ପୋଲିସ । ଫୋନରେ ଅଭିଯୋଗ ପାଇ ଘରକୁ ଯାଇ ଏତଲା ଆଣିଲେ ନୟାପଲ୍ଲୀ ଥାନା ଅଧିକାରୀ । ୫୦୬ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କଲା ପୋଲିସ । ଆଜିଠାରୁ ସାରା ରାଜ୍ୟରେ ଲକଡାଉନ୍ । ଭୁବନେଶ୍ୱରରେ ତାଲାବନ୍ଦ ବେଳେ ଘରକୁ ଯାଇ ଲୋକଙ୍କ ଅଭିଯୋଗ ଗ୍ରହଣ କରୁଛି କମିଶନରେଟ୍ ପୁଲିସ । ଏଫଆଇଆର ଆଣିବ, ଏବଂ ହ୍ୱାଟସ୍ ଆପ୍ ଓ ଇ-ମେଲ ଜରିଆରେ ଅଭିଯୋଗକାରୀଙ୍କୁ ପାଖକୁ ଏତଲା କପି ପଠାଯିବ ବୋଲି କହିଥିଲେ ଭୁବନେଶ୍ୱର ଡିସିପି ଡକ୍ଟର ଉମାଶଙ୍କର ଦାସ ।

ଏହାସହ ଲୋକେ ନିଜର ଅସୁବିଧା ସଂପର୍କରେ ଜଣାଇବା ପାଇଁ ଥାନକୁ ନଆସି ଥାନାର ଲ୍ୟାଣ୍ଡଲାଇନ୍ ଫୋନ୍ ନମ୍ବର କିମ୍ବା ଆଇଆଇସିଙ୍କୁ ଫୋନ କରି ଜଣାଇପାରିବେ । ଏହାସହ ତାଲାବନ୍ଦ ବେଳେ ଜରୁରୀକାଳୀନ ସେବା ଯଥା ମେଡିକାଲକୁ ଯାଉଥିଲେ ୧୦୦କୁ ଫୋନ କରି ଚେକ୍ ପୋଷ୍ଟରେ ଯାଇପାରିବେ ରାଜଧାନୀବାସୀ । ଏହାସହ ଅମାନିଆ ହୋଇ, ତାଲାବନ୍ଦ ବେଳେ ବଜାରରେ ବୁଲିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିସିପି ସୂଚନା ଦେଇଥିଲେ । ଆଉ ଆଜି ଲକଡାଉନ ଆରମ୍ଭ ହୋଇଥିବା ବେଳେ ପୋଲିସର ତାର ପୂର୍ବ ପ୍ରତିଶ୍ରୁତି ମୁତାବକ ଅଭିଯୋଗକାରୀଙ୍କ ଘରକୁ ଯାଇ ଏତଲା ଗ୍ରହଣ କରିଛି ।