କୋଭିଡ ନିୟମ ଭାଙ୍ଗିଲେ, ବିରୋଧ କରିବାରୁ ପୁଲିସକୁ ପିଟିଲେ : ଉଦଳା ଥାନା ଅଂଚଳରେ ଚଇତି ପର୍ବ ବନ୍ଦ କରିବାକୁ ଯାଇଥିବା ପୁଲିସ କର୍ମଚାରୀଙ୍କୁ ପିଟିଲେ ଉତ୍ୟକ୍ତ ଲୋକେ

ଗାଡି ଭଙ୍ଗାରୁଜା କରିଥିବା ସୂଚନା

236

କନକ ବ୍ୟୁରୋ : ଚଇତି ପର୍ବ ବନ୍ଦ କରିବାକୁ ଯାଇ ପୁଲିସ ଖାଇଲା ମାଡ । କୋଭିଡ ନିୟମ ଉଲ୍ଲଂଘନ କରି ଚଇତି ପର୍ବ ପାଳନ କରୁଥିଲେ, ପୁଲିସ ବିରୋଧ କରିବାରୁ ମାଡ ମାରିଛନ୍ତି ଉତ୍ୟକ୍ତ ଲୋକେ । କେବଳ ପୁଲିସ କର୍ମଚାରୀଙ୍କୁ ମାଡ ମାରିନାହାନ୍ତି, ପୁଲିସ ଗାଡିକୁ ମଧ୍ୟ ଭଙ୍ଗାରୁଜା କରିଛନ୍ତି । ବାରିପଦା ନିକଟ କପ୍ତିପଦା ଥାନା ଅଂଚଳରେ ଘଟିଛି ଏହି ଅଭାବନୀୟ ଘଟଣା ।

ଉତ୍ୟକ୍ତ ଲୋକଙ୍କ ଆକ୍ରମଣରେ ଜଣେ ଏଏସଆଇ ଗୁରୁତର ହୋଇଥିବା ବେଳେ ଜଣେ ହୋମଗାର୍ଡ ଓ କନେଷ୍ଟବଳ ଆହତ ହୋଇଛନ୍ତି । ସମସ୍ତଙ୍କୁ ଉଦଳା ଡାକ୍ତରଖାନାରେ ଭର୍ତି କରାଯାଇଛି । ଦେୱାନବାହାଳୀରେ ପ୍ରାୟ ୫-ହଜାର ଲୋକ ରୁଣ୍ଡ ହୋଇ ଚଇତି ପର୍ବ ପାଳନ କରୁଥିଲେ । ଏହି ଖବର ପାଇ କପ୍ତିପଦା ଥାନା ପୁଲିସ ପହଂଚି ଚଇତି ପର୍ବ ବନ୍ଦ କରିବା ଚେଷ୍ଟା କରିଥିଲେ । ଏଥିରେ ଲୋକେ ରାଗିଯାଇ ପୁଲିସ ଉପରେ ଆକ୍ରମଣ କରିଥିବା ସୂଚନା ମିଳିଛି ।