ସମ୍ବଲପୁରରେ ଡ୍ରାଇଭର ଓ ପୋଲିସ ମୁହାଁମୁହିଁ : ୫୦ରୁ ଅଧିକ ଆନ୍ଦୋଳନକାରୀ ଡ୍ରାଇଭରଙ୍କୁ ଉଠାଇ ନେଲା ପୋଲିସ

147

କନକ ବ୍ୟୁରୋ : ସମ୍ବଲପୁରରେ ପୁଲିସ ଓ ଡ୍ରାଇଭର ମୁହାଁମୁହିଁ । ଜୟନ୍ତ ଛକରେ ଡ୍ରାଇଭର ମାନେ ଆନ୍ଦୋଳନରେ ବସିଥିବା ବେଳେ ଏହିଭଳି ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଛି । ଏହି ସମୟରେ ଆନ୍ଦୋଳନରେ ବସିଥିବା ଡ୍ରାଇଭରଙ୍କୁ ପୁଲିସ ଉଠାଇ ନେଇଛି । ପ୍ରାୟ ୫୦ରୁ ଅଧିକ ଆନ୍ଦୋଳନକାରୀ ଡ୍ରାଇଭରଙ୍କୁ ପୁଲିସ ଉଠାଇ ନେଲା ।

ସମ୍ବଲପୁର – ଦେବଗଡ ରାସ୍ତାରେ ଆନ୍ଦୋଳନ ଚାଲିଥିଲା । ଡ୍ରାଇଭର ମାନେ ଆନ୍ଦୋଳନ କରିବା ସହିତ ରାସ୍ତା ଅବରୋଧ ଯୋଜନା କରୁଥିବା କହିଲା ପୁଲିସ । ଏହି ସମୟରେ ସେମାନଙ୍କୁ ରୋକିବା ବେଳେ ଉଭୟଙ୍କ ମଧ୍ୟରେ ଧସ୍ତା ଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା । ଉଭୟଙ୍କ ମଧ୍ୟରେ ଠେଲା ପେଲା ହୋଇଥିବା ବେଳେ କିଛି ଆନ୍ଦୋଳନକାରୀଙ୍କୁ ପୁଲିସ ଉଠାଇ ନେବାରୁ ବିରୋଧ ଜେରଦାର ହୋଇଛି ।