ମାଓବାଦୀଙ୍କ ମା’ର କୋକେଇକୁ କାନ୍ଧ ଦେଲେ ପୋଲିସ ଅଫିସର । ମଶାଣୀ ନେଇ କଲେ ଶବସତ୍କାର ।

199

କନକ ବ୍ୟୁରୋ: ପୁଅର ଫେରିବା ବାଟକୁ ଚାହିଁ ଚାହିଁ, ଜନ୍ମକଲା ମା’ର କୋକେଇ ଶ୍ମଶାନ ଆଡକୁ ଆଗେଇ ଚାଲିଛି । ପୁଅ ବାଛି ନେଇଥିବା ହିଂସାର ବାଟ, ମା’ଶବକୁ ଶ୍ମଶାନ ଆଡକୁ ବାଟେଇ ନେବାର ରାସ୍ତା ସବୁଦିନ ପାଇଁ ବନ୍ଦ କରିଦେଇଛି । ଆଉ ଏଭଳି ସ୍ଥିତିରେ ପୁଅ ହୋଇ ଜଣେ ମାଓବାଦୀଙ୍କ ମା’ର କୋକେଇକୁ କାନ୍ଧ ଦେଇଛନ୍ତି ଜଣେ ପୁଲିସ । ଆନ୍ଧ୍ର ସିଲେରୁ ଥାନାର ଅଧିକାରୀଙ୍କ ଏହି ମାନବିବତାକୁ ନେଇ ଏବେ ଚର୍ଚ୍ଚା ।

ଆନ୍ଧ୍ର୍ର ଓଡିଶା ସ୍ପେଶାଲ ଜୋନାଲ କମିଟିର ଡିସିଏମ କ୍ୟାଡର ମାଓ ନେତା କାକୁରି ପାଣ୍ଡାନ୍ନା ଓରଫ ଜଗନଙ୍କ ମାଁ କାକୁରି ସିତାମାଙ୍କ ଗତକାଲି ମୃତ୍ୟୁ ହୋଇଗଲା । ମାଲକାନଗିରି ସୀମାବର୍ତୀ ଆନ୍ଧ୍ର୍ର ଆଲୁରି ସିତାରାମ ରାଜୁ ଜିଲ୍ଲା କୋମୁଲୱାଡା ଗାଁରେ ପ୍ରାଣ ହରାଇ ଥିଲେ ମାଁ ସିତାମା । ହେଲେ ପୁଅ ଆଉ ଫେରିଲେନି । ଦୀର୍ଘ ୨୫ ବର୍ଷ ଧରି ଜଗନ ମାଓ ସଙ୍ଗଠନରେ ସାମିଲ ହାଇଥିବାରୁ ଘରର ମୁହଁ ଦେଖୁ ନାହାଁନ୍ତି ।

ପୁଅର ଫେରିବା ବାଟକୁ ଚାହିଁ ମାଁର ଶବ ଶବସତ୍କାର ପାଇଁ ଆଗଭର ହେଉନଥିଲେ ଗାଁ ଲୋକ । ଶେଷରେ ସିଲେରୁ ଥାନା ଅଧିକାରୀ ଜେ. ରାମକୃଷ୍ଣା କୋମୁଲଓାଡା ଗାଁକୁ ଯାଇ ସିତାମାଙ୍କ ଶବ ସକ୍ରାରର ସବୁ ବ୍ୟବସ୍ଥା କରିଥିଲେ । ଆଉ ନିଜେ ଶବକୁ କାନେ୍ଧଇ ଶବକୁ ମଶାଣିକୁ ନେଇଥିଲେ ଜେ. ରାମକୃଷ୍ଣା ।