କୁଖ୍ୟାତ ଗ୍ୟାଙ୍ଗଷ୍ଟାର ହାଇଦରକୁ ପୋଲିସର ଏନକାଉଣ୍ଟର ସୂଚନା । ଚୌଦାରରୁ ବାରିପଦା  ଜେଲକୁ ନେବାବେଳେ ବାଟରେ ଏନକାଉଣ୍ଟର ।

495

କନକ ବ୍ୟୁରୋ: ରାଜ୍ୟର କୁଖ୍ୟାତ ଗ୍ୟାଙ୍ଗଷ୍ଟାର ହାଇଦରକୁ ପୋଲିସର ଏନକାଉଣ୍ଟର । ଆଜି ଚୌଦାରରୁ ବାରିପଦା ନେବା ବାଟରେ ପୋଲିସ ହାଇଦରକୁ ଏନକାଉଣ୍ଟର କରିଥିବା ନେଇ ସୂଚନା ମିଳୁଛି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଚାଲାକିର ସହ ହାଇଦର ପୋଲିସ ହାତରୁ ଖସିଯାଉଥିବାବେଳେ ପୋଲିସ ତାକୁ ଏନକାଉଣ୍ଟର କରିଛି ବୋଲି ଖବର ମିଳିଛି । ତେବେ ତାକୁ ଏବେ ବାଲେଶ୍ୱର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଉଛି ବୋଲି ସୂଚନା ମିଳିଛି ।

ଗତ କିଛି ଦିନ ତଳେ ହାଇଦର କଟକ ଏସସିବି ହସ୍ପିଟାଲରୁ ଫେରାର ହୋଇଯାଇଥିଲା । ଏହାପରେ ପୋଲିସର ଜୋରଦାର କସରତ ପରେ ହାଇଦର ଗିରଫ ହୋଇଥିଲା । ଆଜି ତାକୁ କଟକ ଚୌଦାର ଥାନାରୁ ବାରିପଦାକୁ ନିଆଯାଉଥିଲା । ଏବଂ ବାଟରେ ସେ ପରିଶ୍ରା କରିବା ବାହାନାରେ ଗାଡିରୁ ଓହ୍ଲାଇ ଫେରାର୍ ହେବା ସମୟରେ ପୋଲିସ ତାକୁ ଗୁଳି ମାରିଥିଲା ।