ଶିକ୍ଷକଙ୍କୁ ଲୋୟର ପିଏମଜିରେ ଧାରଣା ମନା: ଲୋୟର ପିଏମଜିରେ ଧାରଣା ପାଇଁ ମିଳିଲାନି ଅନୁମତି

1,608

କନକ ବ୍ୟୁରୋ: ଆସନ୍ତାକାଲି ରାଜଧାନୀରେ ପ୍ରାଥମିକ ଶିକ୍ଷକଙ୍କ ଧାରଣା ପ୍ରସଙ୍ଗ । ଲୋୟର ପିଏମଜିରେ ଧାରଣା ପାଇଁ ମିଳିଲାନି ଅନୁମତି । ଧାରଣା ପାଇଁ ଅନୁମତି ଦେବାକୁ ମନାକଲା କମିଶନରେଟ ପୋଲିସ । ୪୦ ହଜାରରୁ ଅଧିକ ଶିକ୍ଷକ ଧାରଣା ଦେବା ଆଶଙ୍କା ଥିବାରୁ ନିଆଗଲା ନିଷ୍ପତ୍ତି । ଧାରଣା ଦେଲେ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇପାରେ । ମାଟ୍ରିକ ପରୀକ୍ଷା ଚାଲିଥିବାରୁ ପିଲା ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ।

କାଲି ତିନି ଦଫା ଦାବି ନେଇ ଦେଢଲକ୍ଷ ପ୍ରାଥମିକ ଶିକ୍ଷକଧାରଣାକୁ ଓହ୍ଲାଇଥାନ୍ତେ । ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ଏହି ଆନ୍ଦୋଳନ ଡାକରା ଦେଇଥିଲା । ଏଥିପାଇଁ ବିଭିନ୍ନ ଜିଲ୍ଲାରୁ ଶିକ୍ଷକ ଭୁବନେଶ୍ୱର ଆସିଥାନ୍ତେ । ସଂଘ କହିଛି, ଦାବି ଗୁଡିକ ପୂରଣ କରିବାକୁ ସରକାର ପ୍ରତିଶ୍ରୃତି ଦେଇଥିଲେ । କିନ୍ତୁ ୩ ମାସ ହେବ ଦାବି ପୂରଣ କରିବାରେ ସରକାର ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି ।