କନକବ୍ୟୁରୋ: ଆଉ ଦେହରେ ଟାଟୁ କରିପାରିବେନି ପୋଲିସ ଅଧିକାରୀ । ଶରୀରରେ ଟାଟୁ କରିବା ଦ୍ୱାରା ଓଡ଼ିଶା ପୋଲିସର ସମ୍ମାନ ହାନି ହେଉଥିବାରୁ ଏଭଳି ନିର୍ଦ୍ଦେଶନାମା ଜାରି କରିଛି ସ୍ପେଶାଲ ସିକ୍ୟୁରିଟି ବାଟାଲିୟନ୍ । କମିଶନରେଟ ପୋଲିସର କୌଣସି ଅଧିକାରୀ ମୁହଁ, ବେକ କିମ୍ବା ହାତରେ ଟାଟୁ କରିପାରିବେ ନାହିଁ । ଯଦି କୌଣସି ପୋଲିସ ଅଧିକାରୀ ଟାଟୁ କରିଛନ୍ତି ତେବେ ୧୫ ଦିନ ମଧ୍ୟରେ ଏହାକୁ ଲିଭାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପୋଲିସ ୟୁନିଫର୍ମ ପିନ୍ଧିବା ପରେ ଯଦି ଟାଟୁ ଦେଖାଯାଉଥାଏ ତେବେ ଏହା ଗ୍ରହଣୀୟ ହେବ ନାହିଁ । ଟାଟୁ ନ ଲିଭାଇଲେ ଡିପାର୍ଟମେଂଟାଲ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାବନୀ ଦିଆଯାଇଛି ।

Advertisment

ପୁର୍ବରୁମଧ୍ୟ ଏମିତି କିଛି ନିୟମ ଜାରି କରିଥିଲା କମିଶନରେଟ ପୋଲିସ । ଫିଟନେସକୁ ନେଇ ମଧ୍ୟ ଜାରି କରିଥିଲା ନିୟମ । ଫିଟ ନରହିଲେ ଦରମା ନବଢିବା ସହ ୩ମାସ ଭିତରେ ସେମାନଙ୍କ ଫିଟନେସ ରିର୍ପୋଟ ଦେବାକୁ କୁହାଯାଇଥିଲା । ନିୟମକୁ ନେଇ ସବୁବେଳେ ଚର୍ଚାରେ ରହିଥାନ୍ତି କମିଶନରେଟ ପୋଲିସ କିନ୍ତୁ କେତେଦୂର ଫଳପ୍ରଦ ହୁଏ ତାହା ବତ୍ତମାନ ସବୁଠୁ ବଡ ପ୍ରଶ୍ନ ।